ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଓଡ଼ିଶାର ୫ ଜିଲ୍ଲାରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର ।

251

କନକ ବ୍ୟୁରୋ : ରବିବାର ଦିନ ଦେଶରେ ପୁଣି ତେଲଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି । ଓଡ଼ିଶାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ପେଟ୍ରୋଲ ୧୦୦ ଟଙ୍କା ଟପିଯାଇଛି ।
ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୨୨ ଓ ଡିଜେଲ ଲିଟର ପିଛା ୮୭.୯୭ ଟଙ୍କାରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩.୩୬ ଓ ଡିଜେଲ ଲିଟର ପିଛା ୯୫.୪୪ ଟଙ୍କାରେ ବିକ୍ରି ହେଉଛି ।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ୯୭.୯୮ ଟଙ୍କାରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ୯୫.୮୭ ଟଙ୍କାରେ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ସମ୍ବଲପୁରରେ ପେଟ୍ରୋଲ ୯୮.୫୯ ଓ ଡିଜେଲ ୯୬.୪୭ ଟଙ୍କାରେ ବିକ୍ରି ହେଉଛି । ମାଲକାନଗିରିରେ ପେଟ୍ରୋଲ ୧୦୩.୦୫ ଓ ଡିଜେଲ ୧୦୦.୭୮ ଟଙ୍କାରେ ବିକ୍ରି ହେଉଛି । ରାୟଗଡ଼ାରେ ପେଟ୍ରୋଲ ଲିଟର ପିଛା ୧୦୧.୪୭ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ୯୯.୨୩ ଟଙ୍କାରେ ବିକ୍ରି ହେଉଛି ।

ସେହିପରି ବାଲେଶ୍ବରରେ ପେଟ୍ରୋଲ ୯୭.୯୮ ଓ ଡିଜେଲ ୯୫.୮୮ ଟଙ୍କାରେ ବିକ୍ରି ହେଉଛି । କୋରାପୁଟରେ ପେଟ୍ରୋଲ.୧୦୨.୨୯ ଓ ଡିଜେଲ ୧୦୦.୦୫ ଟଙ୍କାରେ ବିକ୍ରି ହେଉଛି । କଳାହାଣ୍ଡିରେ ପେଟ୍ରୋଲ ୧୦୦.୬୭ରେ ଓ ଗଜପତିରେ ପେଟ୍ରୋଲ ୧୦୦.୩୦ ଟଙ୍କାରେ ବିକ୍ରି ହେଉଛି । ପେଟ୍ରୋଲ ଦରର ଏଭଳି ବୃଦ୍ଧି ଫଳରେ ଗାଡି ଚାଳକଙ୍କ ଚିନ୍ତା ବଢିଯାଇଛି । କରୋନା କାଳରେ ଏଭଳି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ଲୋକେ କହିଛନ୍ତି ।