‘ଆଇଏଫ୍‌ଏଫ୍‌ଆଇ’ର ‘ପର୍ସନାଲିଟି ଅଫ୍‌ ଦି ଇୟର୍‌’ ସମ୍ମାନ ପାଇବେ ଅମିତାଭ

‘ଆଇଏଫ୍‌ଏଫ୍‌ଆଇ’ର ‘ପର୍ସନାଲିଟି ଅଫ୍‌ ଦି ଇୟର୍‌’ ସମ୍ମାନ ପାଇବେ ଅମିତାଭ

source-https://cdn.telanganatoday.com

ଗୋଆଠାରେ ଆୟୋଜିତ ହେବାକୁ ଯାଉଥିବା ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ’ (ଆଇଏଫ୍‌ଏଫ୍‌ଆଇ)ରେ ବଲିଉଡ୍‌ର କିଂବଦନ୍ତି ଅଭିତାଭ ବଚ୍ଚନଙ୍କୁ ‘ପର୍ସନାଲିଟି ଅଫ୍‌ ଦି ଇୟର୍‌’ ସମ୍ମାନରେ ଭୂଷିତ କରାଯିବ ବୋଲି ଆଜି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଘୋଷଣା କରିଛି।

ହିନ୍ଦୀ ସିନେମାକୁ ପ୍ରସିଦ୍ଧ ଅଭିନେତା ଅମିତାଭଙ୍କ ଅବଦାନ ଖୁବ୍ ଅଧିକ । ସେ ସ୍ୱଚ୍ଛ ଭାରତ ଅଭିଯାନ ସମେତ ଜନଗଣଙ୍କ ମଧ୍ୟରେ ସଚେତନତା ଉଦ୍ରେକକାରୀ କେତେଗୁଡ଼ିଏ ସାମାଜିକ ଅଭିଯାନରେ ମଧ୍ୟ ଅଭିନୟ କରିଛନ୍ତି। ୭୫ ବର୍ଷିୟ ଅମିତାଭ ନିଜର ପାଞ୍ଚ ଦଶନ୍ଧି ଅଭିନେତା ଜୀବନରେ ୧୯୦ଟି ଭାରତୀୟ ସିନେମାରେ ଅଭିନୟ କରିଛନ୍ତି। ସର୍ବୋତ୍ତମ କଳାକାର ଭାବେ ସେ ୪ଟି ଜାତୀୟ ସମ୍ମାନ ଏବଂ ୧୫ଟି ଫିଲ୍ମଫେୟାର୍‌ ସମ୍ମାନ ଲାଭ କରିଛନ୍ତି।

ନଭେମ୍ବର ୨୦ ରୁ ୨୮ ଯାଏ ଅନୁଷ୍ଠିତ ହେବାକୁ ଥିବା ଆଇଏଫ୍‌ଏଫ୍‌ଆଇ ଅନୁଷ୍ଠାନରେ ତାଙ୍କୁ ସମ୍ମାନିତ କରାଯିବ। ୧୯୫୨ରେ ସଂସ୍ଥାପିତ ଆଇଏଫ୍‌ଏଫ୍‌ଆଇକୁ ଏସିଆର ସବୁଠୁ ସମ୍ମାନଜନକ ସିନେମା ଉତ୍ସବ ବୋଲି ବିବେଚନା କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe