ଦିଦିଙ୍କ ଗଡରେ ଯୋଗୀଙ୍କୁ ନା। ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ଅବତରଣ କରିବାକୁ ଅନୁମତି ଦେଲେନି ପଶ୍ଚିମବଙ୍ଗ ସରକାର

ବାଲୁରଘାଟ କାଯ୍ୟକ୍ରମ ବାତିଲ

236

କନକ ବ୍ୟୁରୋ: ଦିଦିଙ୍କ ଗଡରେ ଯୋଗୀଙ୍କୁ ନା । ବିଜେପି ଫୋକସରେ ରହିଛି ପଶ୍ଚିମବଙ୍ଗ । ମମତାଙ୍କ ଗଡକୁ ଦଖଲ କରିବା ପାଇଁ ବିଜେପିର ରାଷ୍ଟ୍ରିୟ ନେତାମାନେ ଲଗାତାର ରାଲି ଓ ପ୍ରଚାର କରୁଛନ୍ତି । ଏହି  କ୍ରମରେ ଆଜି ପଶ୍ଚିମବଙ୍ଗରେ ୟୁପି ମୁଖ୍ୟମନ୍ତ୍ରୀ ତଥା ବିଜେପିର ଫାୟାର ବ୍ରାଣ୍ଡ ଲିଡର ଯୋଗୀ ଆଦିତ୍ୟନାଥ ବାଲୁରଘାଟରେ ଏକ ରାଲି କରି ଜନସଭାକୁ ସମ୍ବୋଦ୍ଧିତ କରିବାର ଥିଲା । କିନ୍ତୁ ପଶ୍ଚିମବଙ୍ଗର ମମତା ସରକାର ଯୋଗୀଙ୍କ ହେଲିକପ୍ଟରକୁ ଓହ୍ଲାଇବାକୁ ଅନୁମତି ଦେଇନାହାଁନ୍ତି । ଯାହା ଫଳରେ ବାଧ୍ୟ ହୋଇ ଫେରି ଯାଇଛନ୍ତି ଯୋଗୀ । ଏହା ସହିତ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି ।

ଗତକାଲି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଏକ ଜନସଭାକୁ ସମ୍ବୋଦ୍ଧିତ କରି ମମତା ସରକାର ଉପରେ ଜୋରଦାର ବର୍ଷିଥିଲେ । ସିପିଆଇ, ସିପିଏମ ଦୁର୍ବଳ ହେବା ପରେ ପଶ୍ଚିମବଙ୍ଗରେ ମମତା ସରକାରଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦି ଭାବେ ବିଜେପି ଉଭା ହୋଇଛି । ଏପରିକି ମୋଦିଙ୍କୁ ବିରୋଧ କରି ଗତ ମାସରେ ବିରୋଧୀଙ୍କ ମେଳି କରି ଶକ୍ତି ପ୍ରଦର୍ଶନ କରିଥିଲେ ମମତା ।

source : Sandesh

ଅନ୍ୟପଟେ ବିଭିନ୍ନ ସର୍ଭେ ସଂସ୍ଥାର ଆକଳନ ଅନୁଯାୟୀ ପଶ୍ଚିମବଙ୍ଗର ଅଧିକାଂଶ ଜନସାଧାରଣ ନରେନ୍ଦ୍ର ମୋଦିଙ୍କୁ ପୁଣି ଥିରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଏହି ସର୍ଭେ ବିଜେପିର ମନୋବଳ ବଢ଼ାଇଛି ।