ତାତି ବଢିବା ସହ ବଢୁଛି ମାଟି ପାତ୍ରର ଚାହିଦା । ଫ୍ରିଜ ଅପେକ୍ଷା ମାଟିପାତ୍ରର ଥଣ୍ଡା ପାଣି ପିଇବାକୁ ପସନ୍ଦ କରୁଛନ୍ତି ଲୋକେ

91

କନକ ବ୍ୟୁରୋ: ବଢ଼ିଲାଣି ତାତି ଆଉ ଖରାଯୋଗୁଁ ବଢ଼ୁଛି ମାଟିପାତ୍ରର ଚାହିଦା । ଏହାସହ ସମ୍ବଲପୁରରେ ବଢ଼ୁଛି ମାଟିପାତ୍ର ତଥା ମାଠିଆର ଚାହିଦା । ଥଣ୍ଡା ପାନୀୟ ପାଇଁ ସମ୍ବଲପୁରରେ ଫ୍ରିଜ ଅପେକ୍ଷା ମାଟିପାତ୍ରକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ । ମାଟିପାତ୍ରର ଅଧିକ ଚାହିଦା ଦେଖି କୁମ୍ଭକାରମାନେ ମଧ୍ୟ ଲାଗି ପଡ଼ିଛନ୍ତି ମାଟିପାତ୍ର ତିଆରିରେ । ଋତୁକାଳୀନ ବ୍ୟବସାୟ ଯୋଗୁଁ କାମରେ ଲାଗିପଡ଼ିଛନ୍ତି କୁମ୍ଭକାର । ଫଳରେ ଚଳିତ ବର୍ଷ କୁମ୍ଭକାରମାନେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।

ଖରାର ପ୍ରକୋପ ବଢ଼ୁଥିବାବେଳେ ଥଣ୍ଡା ପାନୀୟ କିଏ ବା ନ ଖୋଜେ । ଖରାରୁ କାମ ସାରି ଆସିବା ପରେ ଛାଇ ସାଙ୍ଗକୁ ଥଣ୍ଡା ପାଣି ଏବେ ସମସ୍ତଙ୍କ ଖୋଜା । ଓଡ଼ିଶାର ସଂସ୍ମୃତି ପରମ୍ପରା ସିନା ଧିରେ ଧିରେ ଲୋପ ପାଇଗଲାଣି ହେଲେ ଏହି ଖରାଦିନରେ ଖୋଜା ହୁଏ ମାଟି ପାତ୍ର । ସମ୍ବଲପୁରରେ ଖରାଦିନେ ଅଧିକାଂଶ ସ୍ଥାନରେ ଫ୍ରିଜ ପାଣି ଅପେକ୍ଷା ମାଠିଆ ପାଣିକୁ ମିଳୁଛି ଲୋକଙ୍କ ପ୍ରାଥମିକତା । ଅନ୍ୟ ପାଣି ଅପେକ୍ଷା ମାଠିଆ ପାଣିର ସ୍ୱାଦ ଅଧିକ ରହିଛି । ଫଳରେ ଖରା ଯୋଗୁଁ ମାଠିଆ ତଥା ମାଟିପାତ୍ରର ଚାହିଦା ବଢ଼ିଛି । ଏହାକୁ ନଜରରେ ରଖି କୁମ୍ଭକାର ପରିବାର ମଧ୍ୟ ଅଧିକରୁ ଅଧିକ ମାଟିପାତ୍ର ଗଢ଼ୁଛନ୍ତି । ଏହାକୁ କିଣିବାକୁ କୁମ୍ଭକାରଙ୍କ ଘରେ ଜମୁଛି ଲୋକଙ୍କ ଭିଡ଼ । ଏହି ମାଟି ପାତ୍ର ଗୁଡ଼ିକର ଦାମ ୧୦୦ଟଙ୍କାରୁ ଆରମ୍ଭ ହୋଇ ୧୩୦ ଟଙ୍କା ପର୍ଯ୍ୟନ୍ତ ରହିଛି । ପ୍ରତ୍ୟେକ ଦିନ ପ୍ରାୟ ୩୦ରୁ ୪୦ଟି ମାଟିପାତ୍ର ବିକ୍ରି କରିଥାନ୍ତି କୁମ୍ଭକାର । ପୂର୍ବ ବର୍ଷ ଅପେକ୍ଷା ମାଟିପାତ୍ରକୁ ବିକ୍ରି କରି ଏଥର ଭଲ ଦୁଇ ପଇସା ରୋଜଗାର କରୁଛନ୍ତି କୁମ୍ଭକାର ।

କୁମ୍ଭକାରଙ୍କ ଘରକୁ ଆସି ମାଟି ପାତ୍ର ନେଉଛନ୍ତି ଗ୍ରାହକ । ରାସ୍ତାକଡ଼ରେ ମଧ୍ୟ ମାଟିପାତ୍ରର ପସରା ମେଲାଇଥିବା ଦେଖିବାକୁ ମିଳିଛି । ଜିଲ୍ଲାର ବାହାର ସ୍ଥାନରୁ ଆସି ରାସ୍ତା କଡ଼ରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ହେଲେ କୁମ୍ଭକାରଙ୍କ ମାଠିଆର ଚାହିଦା ଏହାକୁ ଟପି ପାରୁନି । ଗ୍ରାହକମାନେ କୁମ୍ଭକାରଙ୍କ ମାଟିପାତ୍ରକୁ ଅଧିକ ପସନ୍ଦ କରୁଛନ୍ତି । ଫଳରେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି କୁମ୍ଭକାର ।ଏହା ଏକ ଋତୁକାଳୀନ ବ୍ୟବସାୟ ହୋଇଥିବାରୁ କୁମ୍ଭକାର ପରିବାର ରାତିଦିନ ଏକ କରି ମାଠିଆ ତିଆରି କରୁଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବିକ୍ରି ବଢ଼ିଛି ବୋଲି କୁମ୍ଭକାର କହିଛନ୍ତି ।