ଅସହାୟ ରାଜମିସ୍ତ୍ରୀଙ୍କ ପାଇଁ ବଢ଼ିଲା ସହାୟତାର ହାତ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବେଙ୍ଗାଲୁରରୁ ରାସନ ଓ ମେଡିସିନ ପଠାଇଲେ ଯୁବ ଇଂଞ୍ଜିିନିୟର । ପଲିଥିନ୍ ଛପର ହଠାଇ ଆଜବେଷ୍ଟସ ପକାଇଲେ ସମାଜସେବୀ

143

କନକ ବ୍ୟୁରୋ : ଖୋଲା ଆକାଶ ତଳେ ଅସହାୟ ରାଜ ମିସ୍ତ୍ରୀ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଏବେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ଲୋକ । ପଲିଥିନ ସ୍ଥାନରେ ଏବେ ଟିଣ ଛପର ଓ ଘର ଚାରିପଟେ ବାଉଁଶ ତାଟିଆ ଦିଆହୋଇଛି । କନକ ନ୍ୟୁଜରେ ଅସହାୟ ରାଜମିସ୍ତ୍ରୀ ପରିମଳ ହାଲଦାରଙ୍କ ଦୁଖ ଦୁର୍ଦଶାର ଖବର ପ୍ରସାରଣ ହେବା ପରେ ପରିମଳ ହାଲଦାରଙ୍କୁ ସହାୟତାର ହାତ ବଢାଇଛନ୍ତି ବିଭିନ୍ନ ବର୍ଗର ଲୋକେ ।

ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରୁ ଥିବା ଯାଜପୁର ଡୁବୁରି ଅଂଚଳର ଯୁବ ଇଂଜିନିୟର ହୃଦାନନ୍ଦ ପୃଷ୍ଟି ସହଯୋଗ କରିଛନ୍ତି । ପରିମଳଙ୍କ ପରିବାର ଲାଗି ଦେଢ ମାସର ଚାଉଳ ଓ ରାସନ ସାମଗ୍ରୀ ସହ ପରିମଳ ଓ ତାଙ୍କ ଝିଅଙ୍କ ଲାଗି ନୂଆ ଡ୍ରେସ କିଣି ପଠାଇଛନ୍ତି । ପାର୍ବଣ ଋତୁରେ ଅସହାୟଙ୍କ ମୁହଁରେ ହସ ଫୁଟାଇଛନ୍ତି ।

ସେହିପରି ସମାଜସେବୀ ବିନୋଦ ଟାୱାରୀ ମଧ୍ୟ ପରିମଳଙ୍କ ପଲିଥିନ ହଟାଇ ଟିଣ ଛପର ପକାଇବାରେ ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି । ଅନ୍ୟ ଲୋକମାନେ ସହାୟତା ପାଇଁ ମଧ୍ୟ ପହଞ୍ଚିଛନ୍ତି । ତେବେ ପ୍ରଶାସନର ପକ୍ଷରୁ ଏଯାଏଁ କେହି ଆହା ପଦେ କହିବାକୁ ପହଁଚି ନାହାନ୍ତି ।