ବଢି ବଢି ଚାଲିଛି ହରଡ ଡାଲି ଦର । ବର୍ଦ୍ଧିତ ଦରକୁ ନେଇ ଗ୍ରାହକ ଅସନ୍ତୁଷ୍ଟ

303

କନକ ବ୍ୟୁରୋ: ବଢି ବଢି ଚାଲିଛି ହରଡ ଡାଲି ଦର । ଖୋଲା ବଜାରରେ କିଲୋ ପିଛା ଦର ୧୪୦ ଟଙ୍କା ପହଞ୍ଚି ସାରିଲାଣି । ମାତ୍ର ୬ ମାସ ଭିତରେ ୪୦ ଟଙ୍କା ଦର ବଢି ସାରିଲାଣି । ବାରମ୍ବାର ଡାଲି ଦର ବଢିବା ଘଟଣା ଏବେ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଡାଲି ଭିତରେ ସବୁଠାରୁ ଅଧିକ ଚାହିଦା ହରଡ ଡାଲିର ରହିଛି । କଟକ ମାଲଗୋଦାମରେ କେବଳ ହରଡ ଡାଲିର ଦୈନିକ ୩ କୋଟିର ବ୍ୟବସାୟ ହୋଇଥାଏ । ଦୈନିକ ୯୦ ଟନ୍ ଡାଲିର କାରବାର ହୋଇଥାଏ ।

ସୂଚନା ଅନୁସାରେ, ଗତ ଜାନୁଆରୀ ମାସରେ ହରଡ ଡାଲିର ପାଇକାରୀ ମୂଲ୍ୟ ୧୦୦ ଟଙ୍କା ଥିଲା । ଫ୍ରେବୃଆରୀ ମାସରେ ୧୦୪ରୁ ୧୦୫ ଟଙ୍କାରେ ପହଞ୍ଚି ଥିଲା ହରଡ ଡାଲି । ସେହିପରି ମାର୍ଚ୍ଚ ମାସରେ ୧୦୭, ୧୦୮ ଟଙ୍କା ଏବଂ ମେ ମାସରେ ୧୧୫ରୁ ୧୨୦ଟଙ୍କାର ପହଞ୍ଚିଥିଲା ହରଡ ଡାଲି ଦର । ତେବେ ହଠାତ୍ ଜୁନ୍ ମାସ ଆରମ୍ଭରୁ ଏହି ଦର ୧୪୦ ଟଙ୍କାରେ ପହଁଚିଛି । ମୌସୁମୀ ଆସିବାରେ ବିଳମ୍ବ ହେଉଥିବାରୁ ହରଡ ଡାଲି ଚାଷ ପ୍ରଭାବିତ ହେଉଛି । ଫଳରେ ଏବେଠାରୁ ବେପାରୀ ଡାଲିକୁ ଗଚ୍ଛିତ କରି ରଖିବା ଆରମ୍ଭ କରିଦେଲେଣି । ଜଦି ଉଚିତ୍ ସମୟରେ ଡାଲି ଅମଳ ନହୁଏ, ତାହାଲେ ପୁରୁଣା ଡାଲି ମୂଲ୍ୟ ୨୦୦ ଟଙ୍କା ଟପିବାର ଆଶଙ୍କା ରହିଥିବା କୁହାଯାଉଛି । ଓଡିଶାକୁ ପ୍ରାୟତଃ କର୍ଣ୍ଣାଟକ, ଛତିଶଗଡ ଓ ମହାରାଷ୍ଟ୍ରରୁ ଆସିଥାଏ ।