ପଟ୍ଟାମୁଣ୍ଡାଇରେ ବନ୍ୟା ବିତ୍ପାତ : ପାଣି ଘେରରେ ୧୩ଟି ପଂଚାୟତ

ଅମୃତମଣି ଛକ ପୋଲ ଭାସିଯାଇ ୨୦ ଫୁଟର ଘାଈ, ଧୋୟା ଅଂଚଳରେ ଓଡ୍ରାଫ ଟିମ ନିୟୋଜିତ; ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି ରନ୍ଧା ଖାଦ୍ୟ

80

କନକ ବ୍ୟୁରୋ : ପଟ୍ଟାମୁଣ୍ଡାଇରେ ବନ୍ୟା ବିତ୍ପାତ । ପାଣି ଘେରରେ ୧୩ଟି ପଂଚାୟତ ରହିଛି । ଧୋୟା ଅଂଚଳରେ ଓଡ୍ରାଫ ଟିମ ନିୟୋଜିତ ଅଛନ୍ତି । ଅମୃତମୋଣି ଛକ ନିକଟରେ ପୋଲ ଭାସି ୨୦ ଫୁଟର ଘାଈ ସୃଷ୍ଟି ହୋଇଛି । ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି ।

ସେପଟେ, ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଗଲାଣି ୬ ଜଣଙ୍କ ଜୀବନ । ଧନ ଜୀବନ କ୍ଷୟକ୍ଷତିର ତାଲିକା ଦେଇଛନ୍ତି ରାଜ୍ୟ ସରକାର । ୧୩୯ ବ୍ଳକର ୪ ହଜାର ୯୬୪ ଗାଁ ପ୍ରଭାବିତ ହୋଇଛି । ୨୩ ଲକ୍ଷ ୮୨ ହଜାର ୭୯୫ ଲୋକ ପ୍ରଭାବିତ ହୋଇଛନ୍ତି । ୨୦ ହଜାର ୫୫୨ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ୭ ହଜାର ୫୪୦ ଘର ନଷ୍ଟ ହୋଇଥିବା ସୂଚନା ମିଳିଛି । ବନ୍ୟାଂଚଳରେ ୫ଟି ଓଡ୍ରାଫ୍ ଓ ୨ଟି ଏନଡିଆରଫ୍ ଟିମ୍ ନିୟୋଜିତ ରହିଛନ୍ତି । ଏପଟେ ୬ଟି ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ମହାଦୀର ଜଳସ୍ତର ସ୍ଥିର ରହିଛି ସତ, ହେଲେ ଏହା ୱାର୍ଣ୍ଣିଂ ଲେବଲ୍ ବା ସତର୍କ ସଂକେତ ଉପରେ ରହିଛି । ଇବ୍, ଦେବୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା ଆଦି ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି ।