ଆସନ୍ତାକାଲିଠୁ ରାଜଧାନୀରେ ଜମିବ ପଥୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ହକି ବିଶ୍ୱକପ ମାହୋଲରେ ମଜିବ ଜନପଥ ।

ପୂର୍ବରୁ ଯେଉଁଭଳି ଭାବେ ସକାଳୁ ସକାଳୁ ଜନପଥକୁ ଆସି ଲୋକମାନେ ପଥୋତ୍ସବର ମଜା ନେଉଥିଲେ ସେହିଭଳି ମଜା ଉଠାଇପାରିବେ ବୋଲି ସୂଚନା ମିଳିଛି ।

134

କନକ ବ୍ୟୁରୋ: ପୁଣି ରାଜଧାନୀ ରାଜରାସ୍ତାରେ ଜମିବ ପଥୋତ୍ସବ । କାରଣ ଆସନ୍ତା କାଲିଠୁ ଭୁବନେଶ୍ୱର ଜନପଥରେ ଦେଖିବାକୁ ମିଳିବ ପଥୋତ୍ସବର ଯାଦୁ । ପୂର୍ବରୁ ଯେଉଁଭଳି ଭାବେ ସକାଳୁ ସକାଳୁ ଜନପଥକୁ ଆସି ଲୋକମାନେ ପଥୋତ୍ସବର ମଜା ନେଉଥିଲେ ସେହିଭଳି ମଜା ଉଠାଇପାରିବେ ବୋଲି ସୂଚନା ମିଳିଛି । ତେବେ ଆସନ୍ତା କାଲିଠାରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ପଥୋତ୍ସବ । ରାଜଧାନୀବାସୀ ଆସନ୍ତା ୩ଟି ରବିବାର ପଥୋତ୍ସବରେ ପୂର୍ବଭଳି ଭେଳିକି ଭେଳି କାର୍ଯ୍ୟକ୍ରମର ମଜା ନେଇପାରିବେ ବୋଲି ରାଜ୍ୟ ସରକାର ଏବଂ ବିଏମସି-ବିଡ଼ିଏ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ତେବେ ଏହି ପଥୋତ୍ସବ ଟିକେ ନିଆରା ଢ଼ଙ୍ଗରେ ପାଳନ କରାଯିବ । କାରଣ ଏବେ ସାରା ରାଜ୍ୟରେ ହକି ଫିଭର ଆଉ ସେହି ଫିଭରକୁ ବଜାୟ ରଖିବା ପାଇଁ ଏହି ପଥୋତ୍ସବର ଆୟୋଜନ କରାଯାଇଛି । ଆସନ୍ତା କାଲି ଏବଂ ଡିସେମ୍ବର ୯ ତାରିଖ ଓ ଡିସେମ୍ବର ୧୬ ତାରିଖ ଯାଏଁ ଏହା ଅନୁଷ୍ଠିତ ହେବ ବୋଲି ବିଡ଼ିଏ କତ୍ତୁପକ୍ଷ ସୂଚନା ଦେଇଛନ୍ତି । ଏଥିରେ ଓଡ଼ିଶାରେ ହେଉଥିବା ପୁରୁଷ ହକି ବିଶ୍ୱକପର ପ୍ରଚାର ପ୍ରସାର ଝଲକ ମଧ୍ୟ ଦେଖିବାକୁ ମିଳିବ ।

ବିଶ୍ୱର ୧୬ଟି ଶକ୍ତିଶାଳୀ ହକି ଦଳର ବିଭିନ୍ନ କଳାକୃତି ଏବଂ ଛୋଟ ଛୋଟ ପିଲାଙ୍କ ଦ୍ୱାରା ବିଭିନ୍ନ ମନୋରଞ୍ଜ ଭିତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ପ୍ରସ୍ତୁତି କରାଯାଇଛି । ସେହିଭଳି ପୂର୍ବରୁ ଯେଉଁମାନେ ପଥୋତ୍ସବରେ ଭାଗ ନେଉଥିଲେ ସେମାନଙ୍କ ଦ୍ୱାରା ମଧ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହାସହ ପଥପ୍ରାନ୍ତିକ ପାଇଁ କୁନି କୁନି ପିଲାମନେ ଷ୍ଟୋରୀ ଟେଲିଙ୍ଗ୍ ଆସନ୍ତା ଡିସେମ୍ବର ୬ ତାରିଖ ଅର୍ଥାତ୍ ପଥୋତ୍ସବରେ ଦେଖିବାକୁ ମିଳିବ ବୋଲି ବିଡ଼ିଏ କତ୍ତୁପକ୍ଷ କହିଛନ୍ତି ।