କରୋନାର ନୂଆ ଔଷଧ ଲଞ୍ଚ୍ କଲେ ବାବା ରାମଦେବ : କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ଲଞ୍ଚ ହେଲା ଔଷଧ

269

କନକ ବ୍ୟୁରୋ : ଯୋଗଗୁରୁ ବାବା ରାମଦେବ କରୋନା ମହାମାରୀ ପାଇଁ ଏକ ଔଷଧ ଲଞ୍ଚ କରିଛନ୍ତି । ଏହି ଲଞ୍ଚ ବେଳେ ପତଞ୍ଜଳି ଦାବି କରିଛି କି ଏହି ଔଷଧ ସ୍ୱାସ୍ଥ୍ୟ ଉପରେ ଆଧାରିତ । ଏହି ଔଷଧ ଲଂଚ ବେଳେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଉପସ୍ଥିତ ଥିଲେ ।

ଏହି ଅବସରରେ ବାବା ରାମଦେବ କହିଛନ୍ତି କି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ଓ ବିଶ୍ୱ ନେତୃତ୍ୱ ହେବାକୁ ଯାଉଛି । ଏହାସହ ଆର୍ୟୁବେଦିକ କୁ ଆମେ ବୈଜ୍ଞାନିକ ପ୍ରାମାଣିକତା ସହି ଯୋଡିବାକୁ ଚେଷ୍ଟା କରୁଛୁ ବୋଲି ବାବା ରାମଦେବ ମତ ଦେଇଛନ୍ତି । ଅନ୍ୟ ପଟେ ଏହି ସମାରୋହରେ ପତଞ୍ଜଳି ପକ୍ଷରୁ କରୋନା ଔଷଧକୁ ନେଇ କରାଯାଇଥିବା ପରୀକ୍ଷା ନିରିକ୍ଷାର ଅନେକ ଦସ୍ତାବିଜ୍ ବାବା ରାମଦେବ ପବ୍ଲିସ୍ କରିଛନ୍ତି ।

ବାବା ରାମଦେବ ଆହୁରି କହିଛନ୍ତି କି ଯେତେବେଳେ ପତଞ୍ଜଳି ପକ୍ଷରୁ କରୋନିଲ ମାଧ୍ୟମରେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲୁ ସେତେବେଳେ ଏହାକୁ ନେଇ ଅନେକ ଲୋକ ପ୍ରଶ୍ନ କରିଥିଲେ । କିଛି ଲୋକଙ୍କ ମନରେ ଏବେ ବି ଭ୍ରାନ୍ତ ଧାରଣା ରହିଛି କି ରସର୍ଚ୍ଚ କେବଳ ବିଦେଶରେ ହୋଇପାରିବ । ବିଶେଷ ଭାବେ ଆର୍ୟୁବେଦିକ ଉପରେ ରିସର୍ଚ୍ଚକୁ ନେଇ ଲୋକ ମାନଙ୍କ ଭିତରେ ବହୁତ ଆଶଙ୍କା ରହିଛି । ଏବେ ଆମେ ଲୋକମାନଙ୍କର ଏଭଳି ସନ୍ଦେହ ଦୂର କରିବାକୁ କରୋନିଲ ସହିତ ଆହୁରି ଅନେକ ଆର୍ୟୁବେଦିକ ଔଷଧ ଉପରେ ରିସର୍ଚ୍ଚ ଜାରି ରଖିଛୁ ବୋଲି ବାବା ରାମଦେବ କହିଛନ୍ତି ।

ଏହି ସମାରୋହରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ କହିଛନ୍ତି କି ପତଞ୍ଜଳିର ଏଭଳି ଅନୁସନ୍ଧାନ ଦେଶକୁ ଆର୍ୟୁବେଦିକ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଆଗକୁ ବଢାଇ ନେବ । ଏହା ସହ ସେ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ ଆହୁରି କହିଛନ୍ତି କି ବାବା ରାମଦେବ କରୋନାକୁ ହରାଇବାକୁ ଯେଉଁ ଔଷଧ ପ୍ରସ୍ତୁତ କରିଛନ୍ତି ତାହା ବୈଜ୍ଞାନିକ ଆଧାରରେ ପ୍ରସ୍ତୁତ ହୋଇଥିବାରୁ ଏହା ଲୋକଙ୍କର ଆସ୍ଥାଭାଜନ ହେବ ।

ସୂଚନା ଥାଉକି ଏହା ପୂର୍ବରୁ ୨୦୨୦ ଜୁନ୍ ମାସ ୨୩ ତାରିଖରେ ପତଞ୍ଜଳି ପକ୍ଷରୁ କରୋନା ପାଇଁ କରୋନିଲ୍ ନାମକ ଏକ ଔଷଧ ଲଞ୍ଚ କରାଯାଇଥିଲା । ସେତେବେଳେ ପତଞ୍ଜଳି ପକ୍ଷରୁ ଦାବି କରାଯାଇଥିଲା କି ଏହି ଔଷଧ ସେବନ କଲେ ୭ ଦିନ ମଧ୍ୟରେ କରୋନାରୁ ମୁକ୍ତି ମିଳିବ । ହେଲେ ଲଞ୍ଚ ହେବା କ୍ଷଣି ଏହି ଔଷଧକୁ ନେଇ ବିବାଦ ଦେଖା ଦେଇଥିଲା । ଏହା ପରେ ପତଞ୍ଜଳୀ ପକ୍ଷରୁ ଏହି ଔଷଧକୁ ବନ୍ଦ କରାଯାଇଥିଲା ।