ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ବଡ଼ ସଫଳତା ! ଦେଶର ଶ୍ରେଷ୍ଠ ଦଶଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ହେଲେ ସାମିଲ

101

ଦେଶର ଶ୍ରେଷ୍ଠ ଦଶଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହେଲେ ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଲକୃଷ୍ଣ ।ନିକଟରେ ଜାରି ରହିଛି ଦେଶରେ ୧୦ ଜନ ଧନୀଙ୍କ ତାଲିକା । ହୁରୁନ ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ଏହି ରପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଆମ୍ବାନୀ ଏବେ ମଧ୍ୟ ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ବିମୁଦ୍ରାକରଣ ହେଉ କିମ୍ବା ଜିଏସଟି ତାଙ୍କ ଆୟ ଉପରେ କୌଣସି ପ୍ରଭାବ ପଡ଼ିପାରିନାହିଁ । ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଲକୃଷ୍ଣ ସବୁଠାରୁ ବଡ଼ ସଫଳତା ହାସଲ କରିଛନ୍ତି । ସେ ଗତବର୍ଷ ଏହି ତାଲିକାରେ ୨୫ ତମ ସ୍ଥାନରେ ଥିଲେ । ତାଙ୍କର ସମ୍ପତ୍ତି ୧୭୩ ପ୍ରତିଶତ ବଢ଼ିଛି । ବାଲକୃଷ୍ଣଙ୍କ ସମ୍ପତ୍ତି ୭୦ ହଜାର କୋଟି ଟଙ୍କା ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ବାଲକୃଷ୍ଣଙ୍କ ବିଷୟରେ କିଛି ରୋଚକ ତଥ୍ୟ . . .

ଯୋଗଗୁରୁ ରାମଦେବ ଯୋଗ ଶିକ୍ଷା ପାଇଁ ହେଉ କି ପତଞ୍ଜଳି ସାମଗ୍ରୀ ପାଇଁ ହେଉ ବାଲକୃଷ୍ଣଙ୍କ ଭରପୂର ସହଯୋଗ ରହିଛି । କେବଳ ସହଯୋଗ କହିଲେ ଠିକ ହେବ ନାହିଁ, ଆଜି ଯେଉଁ ସ୍ତରକୁ ପତଞ୍ଜଳି କମ୍ପାନୀ ପହଞ୍ଚିଛି ସେଥିରେ ଉଭୟଙ୍କ ଯୋଗଦାନ ରହିଛି । ବାଲକୃଷ୍ଣ ବେଶି ଚର୍ଚ୍ଚାକୁ ଆସି ନ ଥାନ୍ତି । ତାଙ୍କ ବିଷୟରେ ବହୁତ କମ ଜାଣିଛନ୍ତି ଲୋକେ । ହରିୟାଣାର ଖାନପୁରରେ ଥିବା ଗୁରୁକୁଳରୁ ଉଭୟ ରାମଦେବ ଓ ବାଲକୃଷ୍ଣ ଶିକ୍ଷା ଆରମ୍ଭ କରିଥିଲେ । ଆରମ୍ଭରୁ ବାଲକୃଷ୍ଣଙ୍କର ଯୋଗ ଓ ଜଡିବୁଟି ଉପରେ ଆଗ୍ରହ ଥିଲା । ୧୯୯୩ରେ ହରିଦ୍ୱାରରେ ରାମଦେବ ଯୋଗ ଶିଖାଇବା ଓ ବାଲକୃଷ୍ଣ ଚୂରଣ ତିଆରି ଆରମ୍ଭ କରିଥିଲେ । ଦୁଇବର୍ଷ ପରେ ‘ମଧୁସୂଦନ ଚୂର୍ଣ୍ଣ’ ଜରିଆରେ ବାଲକୃଷ୍ଣଙ୍କୁ ସଫଳତା ମିଳିଥିଲା । ଏହପରେ ଆଉ ପଛକୁ ଫେରି ନାହାନ୍ତି ବାଲକୃଷ୍ଣ । ଧୀରେ ଧୀରେ ପତଞ୍ଜଳିରେ ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଲା ।

ତେବେ ଜାରି ହୋଇଥିବା ଶ୍ରେଷ୍ଠ ଧନୀଙ୍କ ତାଲିକାରେ ରିଟେଲ କମ୍ପାନୀ ଡି-ମାର୍ଟର ସିଇଓ ଓ ଏମଡ଼ି ରାଧାକୃଷ୍ଣ ଦମାନୀ ମଧ୍ୟ ଏହି ସାମିଲ ଅଛନ୍ତି । ଦମାନୀଙ୍କ ସମ୍ପତ୍ତିରେ ସବୁଠାରୁ ଅଧିକ ୩୨୦ ପ୍ରତିଶତ ବଢ଼ିଛି । ତେବେ ଏହି ତାଲିକାରେ ଡ଼ି-ମାର୍ଟ ଗ୍ରୁପର କମ୍ପାନୀ ଦମାନୀଙ୍କ ପରେ ଏନଡ଼ୁରାନ୍ସ ଟେକର ଅନୁରାଗ ଜୈନ୍ ନିଜର ସ୍ଥାନ ଅକ୍ତିଆର କରିଛନ୍ତି । ତାଙ୍କର ସମ୍ପତ୍ତିରେ ୨୮୬ ପ୍ରତିଶତ ବଢ଼ିଛି । ଏହ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଆମ୍ବାନୀ ଶୀର୍ଷରେ ଅଛନ୍ତି । ୟମନ ଦେଶର ଜିଡ଼ିପି ଠାରୁ ମଧ୍ୟ ୫୦ ପ୍ରତିଶତ ଅଧିକ ଆୟ କରନ୍ତି ଅନୀଲ । ଅମ୍ବାନୀଙ୍କ ଜନ୍ମ ୟେମନେ ହିଁ ହୋଇଥିଲା । ରିଲାଏନ୍ସର ଶେୟାର ଅଧିକ ଭଲ ବିକ୍ରୀ ଭଲ ହୋଇଥିବାରୁ ମୁକଶେ ଆମ୍ବାନୀଙ୍କ ସମ୍ପତ୍ତି ୫୮ ପ୍ରତିଶକ ବଢ଼ି ୨.୫୭ ଲକ୍ଷ କୋଟିରେ ପହଞ୍ଚିଛି । ଅମ୍ବାନୀ ଲଗାତାର ଭାବେ ଷଷ୍ଠ ଥର ପାଇଁ ଏହି ସ୍ଥାନ ହାସଲ କରିଛନ୍ତି । ଏହା ବ୍ୟତୀତ ମିଡ଼ିଆ ଡଟନେଟର ୩୪ ବର୍ଷିୟ ଦିବ୍ୟାଙ୍କ ତୁରଖିୟା ସବୁଠାରୁ ବଡ଼ ଯୁବ ଧନୀ, ଯିଏ ଏହି ତାଲିକାରେ ସ୍ଥାନ ତିଆରି କରିଛନ୍ତି । ସବୁଠାରୁ ଖାସ କଥା ହେଲା ସେ ନିଜ ପ୍ରଚେଷ୍ଟାରେ ହିଁ ଏସବୁ ପାଇଛନ୍ତି ।