ବରମୁଣ୍ଡାରେ ଜଳିଗଲା ଯାତ୍ରୀବାହୀ ବସ୍ , ୪ ଆହତ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା

194

କନକ ବ୍ୟୁରୋ : ବରମୁଣ୍ଡା ଓଭର ବ୍ରିଜ ଉପରେ ଯାତ୍ରୀବାହୀ ବସ ଦୁର୍ଘଟଣା ଘଟି ପୋଡି ଯିବା ଘଟଣା । ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇ ଚିକିତ୍ସା ହେଉଛନ୍ତି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ବସଟି ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା । ବସଟି ଭାରସାମ୍ୟ ହରାଇ ବ୍ରିଜର ବାଡାକୁ ବାଡେଇଥିଲା । ଯାହାଫଳରେ ବସରେ ସଟ ସର୍କିଟ ହୋଇ ନିଆ ଲାଗିଯାଇଥିବା ସୂଚନା ।