ଭୁବନେଶ୍ୱର ବରିମୁଣ୍ଡ କୁଆଖାଇ ନଦୀପଠାରୁ ମୃତଦେହ ଠାବ ମାମଲା : ମୃତବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପାଇବାକୁ ପୋଲିସ ମାରିଲା ପୋଷ୍ଟର

208

କନକ ବ୍ୟୁରୋ : କୁଆଖାଇ ନଦୀ ପଠାରେ ମିଳିଥିବା ମୃତଦେହର ପରିଚୟ ପାଇବା ପାଇଁ ପୋଷ୍ଟର ମାରିଲା ପୋଲିସ । ପୋଷ୍ଟରରେ ଦିଆଯାଇଥିବା ଫଟୋଟି ଖରାପ ଦେଖାଯାଉଥିବାରୁ ତାହା ଦେଖାଇବା ସମ୍ଭବ ହେଉନାହିଁ । ତେବେ ଏହି ପୋଷ୍ଟରରେ ପୋଲିସ ଲେଖିଛି ମୃତ ବ୍ୟକ୍ତିଙ୍କ ପରିଚୟ ଆବଶ୍ୟକ । ମୃତକ ଜଣେ ପୁରୁଷ । ଗତ ୨୧ତାରିଖରେ ଭୁବନେଶ୍ୱର ଉପକଣ୍ଠ ଜରିପାଟଣା, ବରିମୁଣ୍ଡ ଗାଁ ପାଖ କୁଆଖାଇ ନଦୀ ବାଲିଯାତ୍ରା ପଡିଆ ପଠାରୁ ଏହି ମୃତଦେହଟି ଉଦ୍ଧାର ହୋଇଥିଲା । ମୃତକଙ୍କ ବୟସ ୧୮ରୁ ୨୫ବର୍ଷ ଭିତରେ ।

ଉଚ୍ଚତା ୫ଫୁଟ ୮ଇଂଚ ଏବଂ ମଧ୍ୟମ ଧରଣର ସ୍ୱାସ୍ଥ୍ୟ ଅର୍ଥାତ ଓଜନ ୪୫ରୁ ୫୦କିଲୋ ମଧ୍ୟରେ ହେବ । ଏହି ବ୍ୟକ୍ତିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବା ବ୍ୟକ୍ତିଙ୍କ ନାଁ ଓ ପରିଚୟ ଗୋପନ ରଖାଯିବ, ଏବଂ ପୁରଷ୍କାର ମଧ୍ୟ ପ୍ରଦାନ କରାଯିବ ବୋଲି ପୋଲିସ ପୋଷ୍ଟରରେ ଲେଖିଛି । ମୃତଦେହ ସହିତ ଫୁଲ ଟ୍ରାଉଜର ପ୍ୟାଂଟ, ଫୁଲ ସାର୍ଟ, କଳାରଙ୍ଗର ହାପ ପ୍ୟାଂଟ, ଚପଲ ଓ ଡାହାଣ କାନରେ ପିନ୍ଧିଥିବା ଏକ ଟପର ଫଟୋ ମଧ୍ୟ ଦିଆଯାଇଛି । ଏହି ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ ଚାହୁଁଥିବା ଲୋକେ ମଂଚେଶ୍ୱର ଥାନା ଆଇଆଇସି ସୁଧିର କୁମାର ସାହୁଙ୍କ ମୋବାଇଲ ନମ୍ବର ୯୯୩୭୨୬୩୮୪୫ କିମ୍ବା ୮୨୮୦୩୩୮୩୨୧ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।

ସେହିପରି ଏସିପି ଅନିଲ ମିଶ୍ରଙ୍କ ମୋବାଇଲ ନମ୍ବର ୯୪୩୭୩୪୪୩୫୯, ଭୁବନେଶ୍ୱର ଡିସିପିଙ୍କ ନମ୍ବର ୮୨୮୦୩୩୮୩୦୨କିମ୍ବା ପୋଲିସ କମିଶନରଙ୍କ ନମ୍ବର ୯୪୩୭୪୯୬୦୭୦ରେ ଯୋଗଯୋଗ କରିପାରିବେ । ଏପଟେ ପୋଷ୍ଟର ଜାରି କରିବା ସହ ମୃତକଙ୍କ ପରିଚୟ ପାଇବା ପାଇଁ ଆଖପାଖ ଅଂଚଳରେ ମଂଚେଶ୍ୱର ଥାନା ପୋଲିସ ଲୋକଙ୍କୁ ଫଟୋ ଦେଖାଇ ପଚରାଉଚରା କରୁଛି ।