ଆସିଲା ନୂଆ ଗାଇଡଲାଇନ୍ : ଆସନ୍ତା ୨ସପ୍ତାହ ଯାଏଁ ସାରା ରାଜ୍ୟରେ ଆଶିଂକ ଲକଡାଇନ୍

8,897

କନକ ବ୍ୟୁରୋ : ଆସିଲା ନୂଆ ଗାଇଡଲାଇନ୍ । ଆସନ୍ତା ୨ସପ୍ତାହ ଯାଏଁ ସାରା ରାଜ୍ୟରେ ଆଶିଂକ ଲକଡାଇନ୍ । ଏ ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ତାଙ୍କ ସୂଚନାନୁଯାୟୀ, ବର୍ତ୍ତମାନ ୧୦୦ ଜଣରେ ୩ଜଣ ପଜିଟିଭ ବାହାରୁଛନ୍ତି । କାଟାଗୋରୀ ବି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି ।

ଅଗଷ୍ଟ ୧ ସକାଳ ୬ଟା ଯାଏଁ ଆଂଶିକ ଲକଡାଉନ୍ । ପୂର୍ବରୁ ୩୦ଟି ଜିଲ୍ଲାକୁ ୨ଟି କାରାଗୋରୀରେ ବିଭକ୍ତ କରାଯାଇଛି । ସେହି ଅନୁସାରେ କାଟାଗୋରୀ ‘ଏ’ ରେ ୨୦ଟି ଜିଲ୍ଲା  ଏବଂ କାଟାଗୋରୀ ବି ରେ ୧୦ଟି ଜିଲ୍ଲା ରହିଛି । କାଟାଗୋରୀ ଏ ରେ ସକାଳ ୬ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ । କାଟାଗୋରୀ ବି ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ ।

ସବୁଠାରୁ ବଡକଥା ହେଉଛି ଖୋଲିବ ଜିମ୍-ବିୟୁଟି ପାର୍ଲର । ସମଗ୍ର ରାଜ୍ୟରେ ବସ୍ ଚଳାଚଳ କରିବ । ରଥଯାତ୍ରା ପାଇଁ ପୁରୀକୁ ଜୁଲାଇ ୨୫ ଯାଏଁ ଚଳାଚଳ ବସ୍ କରିବନି । ଟ୍ୟାକ୍ସି-ଅଟୋ ବି ସବୁ ଜିଲ୍ଲାରେ ଚାଲିବ । ଆଉଟଡୋର ସୁଟିଂକୁ ଅନୁମତି ମିଳିଛି । ପାର୍କ, ମଲ, ସିନେମା ହଲ, ବାର୍ ବନ୍ଦ ରହିବ  । ସ୍କୁଲ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ । ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ, ସେଠାରେ ବସିକି କେହି ଖାଇପାରିବେ ନାହିଁ । ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ପୂର୍ବ କଟକଣା ଜାରି ରହିବ ।