ଜାନୁଆରୀ ୩୧ରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ, ଫେବ୍ରୁଆରୀ ପହିଲାରେ ହେବ ବଜେଟ ଉପସ୍ଥାପନ ।

109

କନକ ବ୍ୟୁରୋ : ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଫେବ୍ରୁଆରୀ ୧ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ । ଏପ୍ରିଲ ୬ ତାରିଖ ଯାଏଁ ଅଧିବେଶନ ଚାଲିବା ନେଇ ସୂଚନା ମିଳିଛି । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ଯ୍ୟ । ଲୋକସଭା ଓ ରାଜ୍ୟସଭାକୁ ସମ୍ବୋଧନ କରିବେ ରାଷ୍ଟ୍ରପତି । ଉଭୟ ଗୃହକୁ ପ୍ରଥମ ଥର ପାଇଁ ସମ୍ବୋଧନ କରିବେ ଦ୍ରୌପଦୀ ମୁର୍ମୁ ।