କମିପାରେ ‘ପାର୍ଲେ-ଜି’ ବିସ୍କୁଟ ଦର! ଜାଣନ୍ତୁ କାରଣ କଣ?

270

କନକ ବ୍ୟୁରୋ : ଖାଉଟିଙ୍କ ପାଇଁ ବଡ ଖବର । କୋଟି କୋଟି ଭାରତୀୟଙ୍କ ପସନ୍ଦର ବିସ୍କୁଟ ଥିବା ପାର୍ଲେ-ଜି ଆହୁରି ଶସ୍ତା ହୋଇପାରେ । ଦାମ କମ କରିବା ସହ ପ୍ୟାକେଟର ଓଜନରେ ମଧ୍ୟ ବୃଦ୍ଧି କରିପାରେ କମ୍ପାନି । ଆଉ ଏଭଳି ଖବର ଏବେ ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ହେଉଥିବା ଲୋକଙ୍କ ପାଇଁ ଟିକିଏ ଆଶ୍ୱସ୍ତି ଆଣିଦେବ । କୃଷିଜାତ ଦ୍ରବ୍ୟର ଦାମ କମିବା କାରଣରୁ ବିସ୍କୁଟର ଦାମର କମିପାରେ ବୋଲି ଆକଳନ କରାଯାଉଛି ।

କମ୍ପାନିର ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି ଲଗାତାର କୃଷିଜାତ ସାମଗ୍ରୀର ଦର କମ ରହିବ ତେବେ ଆଗାମୀ ଦିନରେ ବିସ୍କୁଟର ମୂଲ୍ୟ ୧୦ରୁ ୨୦ ପ୍ରତିଶତ କମ ହୋଇପାରେ । ଯଦି ବିସ୍କୁଟର ଦର କମ ନହୁଏ ତେବେ ବିସ୍କୁଟ ପ୍ୟାକେଟର ସାଇଜ ବୃଦ୍ଧି ହୋଇପାରେ । ଗହମର ଦାମ କମୁଛି ଓ ବିସ୍କୁଟ ପାଇଁ କିଛି ସାମଗ୍ରୀର ଦରରେ ହ୍ରାସ ହେଉଛି ତେଣୁ ଖୁବଶୀଘ୍ର ବିସ୍କୁଟ ଦରରେ ହ୍ରାସ କରାଯାଇପାରେ ।

ପୂର୍ବରୁ କୃଷିଜାତ ସାମଗ୍ରୀର ଦର ବୃଦ୍ଧି କାରଣରୁ ବିସ୍କୁଟ ମୂଲ୍ୟ ବୃଦ୍ଧି ଛଡା କମ୍ପାନି ପାଖରେ କୌଣସି ବିକଳ୍ପ ନଥିଲା । ଏହାଛଡା କରୋନା କାରଣରୁ ସପ୍ଲାଏ ଚେନ୍ ମଧ୍ୟ ପ୍ରଭାବିତ ହୋଇଥିଲା । ଯାହାଫଳରେ ବିଭିନ୍ନ ସାମଗ୍ରୀର ଦର ବଢିଥିଲା । ଏହାଛଡା ୟୁକ୍ରେନ-ଋଷ ସଙ୍କଟ କାରଣରୁ ଗହମ ଓ ସୂଯ୍ୟମୁଖୀ ତେଲର ଦର ମଧ୍ୟ ବୃଦ୍ଧି ପାଇଥିଲା । ଫଳରେ ପାର୍ଲେର ବିଭିନ୍ନ ସାମଗ୍ରୀର ଦର ବଢିଥିଲା । କିନ୍ତୁ ଏବେ ଏହି ଦରରେ ହ୍ରାସ କାରଣରୁ ବିସ୍କୁଟ ଦର ମଧ୍ୟ କମ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।