ଦିଲ୍ଲୀରେ ଶବ ଦାହ ପାଇଁ ମଶାଣୀରେ ମିଳୁନି ଜାଗା । ପାର୍କରେ ମଶାଣୀ ତିଆରି କରୁଛନ୍ତି ଦିଲ୍ଲୀ ସରକାର ।

183

କନକ ବ୍ୟୁରୋ : ଦିଲ୍ଲୀରେ ରେର୍କଡ ସ୍ତରରେ ପହଁଚିଲାଣି ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା । ଏହାରି ଭିତରେ ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ବର୍ତମାନ ଅନ୍ତିମ ସଂସ୍କାର ପାଇଁ ମଶାଣିରେ ଶବ ଦାହ ପାଇଁ ମିଳୁନି ଜାଗା । ଯଦି କେଉଁଠି ଜାଗା ଖଣ୍ଡେ ଅଛି ତେବେ ଏହା ପାଇଁ ମୃତକଙ୍କ ସମ୍ପକୀୟଙ୍କୁ ଦୀର୍ଘ ଘଂଟା ଧରି ଶ୍ମଶାନ ବାହାରେ ଅପେକ୍ଷା କରିବାକୁ ପଡୁଛି । କହିବାକୁ ଗଲେ ଶ୍ମଶାନରେ ଶବକୁ ଅନ୍ତିମ ସଂସ୍କାର ପାଇଁ ବି ଧାଡିରେ ରହିବାକୁ ପଡୁଛି ।

ଏହାରି ଭିତରେ ଏବେ ଦିଲ୍ଲୀ ସରକାର ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ପାର୍କରେ ଅନ୍ତିମ ସଂସ୍କାର ପାଇଁ କିଛି ପାର୍କକୁ ମଶାଣୀ ଭାବେ ବ୍ୟବହାର ପାଇଁ ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀର ସରେଇ କଲେଖାନ ଅଂଚଳରେ ଗୋଟିଏ ପାର୍କରେ ୭୦ଟି ଇଲେକ୍ଟ୍ରି ଚୁଲା ନିର୍ମାଣ କରାଯାଉଛି । ପ୍ରତ୍ୟେକ ଦିନ ଏତେ ମାତ୍ରାରେ କରୋନା ଜନିତ ମୃତ୍ୟୁ ହେଉଛି, ତାହା ହିଁ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢାଇ ଦେଇଛି । କେବଳ ମଶାଣୀରେ ଜାଗା ମିଳୁନି ବରଂ ପୋଡିବା ପାଇଁ କାଠର ବି ଅଭାବ ଦେଖାଦେଇଛି । ତେଣୁ ପାର୍କରେ ଏବେ ଇଲେକ୍ଟ୍ରି ଚୁଲାରେ ଶବଦାହ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ଦିଲ୍ଲୀ ସରକାର ।