ଜମାଟୋ ବୟଙ୍କ ସପକ୍ଷରେ ବାହାରିଲେ ପରିଣୀତି ଚୋପ୍ରା । ଟ୍ୱିଟ୍ କରି ସତ୍ୟାସତ ଯାଞ୍ଚ କରିବା ପାଇଁ ଜମାଟୋ ଇଣ୍ଡିଆକୁ କଲେ ଅନୁରୋଧ । କହିଲ, ମୁଁ ବିଶ୍ୱସ କରେ ସେ ନିର୍ଦ୍ଦୋଷ

615

ଜୋମାଟୋ ମାମଲାରେ ଜୋମାଟୋର ଡେଲିଭରି ବୟଙ୍କ ସପକ୍ଷରେ ବାହାରିଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା |ପରିଣୀତି ଚୋପ୍ରା ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଜୋମାଟୋ ଇଣ୍ଡିଆ, ଦୟାକରି ସତ୍ୟତା ଯାଞ୍ଚ କରନ୍ତୁ ଏବଂ ସର୍ବସାଧାରଣରେ ରିପୋର୍ଟ ପ୍ରକାଶ କରନ୍ତୁ। ଯଦି ଏହି ବ୍ୟକ୍ତି ନିର୍ଦ୍ଦୋଷ (ମୁଁ ବିଶ୍ୱାସ କରେ ସେ ନିର୍ଦ୍ଦୋଷ) ତେବେ ମହିଳାଙ୍କୁ ଦଣ୍ଡ ଦେବାରେ ଆମକୁ ସାହାଯ୍ୟ କରନ୍ତୁ | ଏହା ଅମାନବୀୟ, ଲଜ୍ଜାଜନକ ଏବଂ ହୃଦୟ ବିଦାରକ | ମୁଁ କିପରି ସାହାଯ୍ୟ କରିପାରିବି ଦୟାକରି ମୋତେ କୁହନ୍ତୁ’ | ଆଉ ପରିଣୀତିଙ୍କ ଏହି ଟ୍ୱିଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଅଭିନେତ୍ରୀଙ୍କୁ ପ୍ରଶଂସା କରୁଛନ୍ତି ।

ସୂଚନା ମୁତାବକ କିଛି ଦିନ ତଳେ ଫୁଡ୍‌ ଡେଲିଭରିଂ ସାଇଟ୍‌ ‘ଜୋମାଟୋ’ର ଜଣେ ଡେଲିଭରି ବୟ ବେଙ୍ଗାଲୁରର ଜଣେ ମହିଳା ଗ୍ରାହକଙ୍କୁ ଆକ୍ରମଣ କରି ନାକ ଫଟାଇ ଦେଇଥିବା ଅଭିଯୋଗ ହୋଇଥିଲା। ହିତେଶା ଚନ୍ଦ୍ରାଣି ନାମକ ମହିଳା ଅଭିଯୋଗ କରିଥିଲେ ଯେ ଅର୍ଡର ବାତିଲ କରିବାରୁ ଘରକୁ ଆସି ଜୋମାଟୋ ଡେଲିଭରି ବୟ ମାଡ ମାରିଥିଲେ । ଅର୍ଡର ଡେଲିଭର କରିବାକୁ ବିଳମ୍ବ ହେଉଥିବାରୁ ମହିଳାଜଣକ ଜୋମାଟୋ କଷ୍ଟମର କେୟାରକୁ ଫୋନ କରି ବହୁତ ବିଳମ୍ବ ହେଲାଣି, ଅର୍ଡର ବାତିଲ କରିଦିଅନ୍ତୁ ବୋଲି କହିଥିଲେ। ଏମଧ୍ୟରେ ଡେଲିଭରି ବୟ ମହିଳାଙ୍କ ଘରେ ପହଞ୍ଚି ତାଙ୍କୁ ମାଡ଼ ମାରିବା ସହ ତାଙ୍କ ନାକକୁ ଫଟାଇଦେଇଥିଲେ ବୋଲି ଅଭିଯୋଗ କରିଥିଲେ । ମାତ୍ର ଏହି ଅଭିଯୋଗକୁ ଅସ୍ବୀକାର କରିଥିଲେ ଡେଲିଭରି ବୟ ।

ସେ କହିଥିଲେ ଯେ ମହିଳା ଜଣକ ପ୍ରଥମେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଚପଲରେ ପିଟିଥିଲେ। ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ମହିଳା ଜଣକ ବରାଦ ଦେଇଥିବା ଖାଦ୍ୟ ବାତିଲ୍‌ କରିବା କାରଣରୁ ତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ‘ଜୋମାଟୋ’ର ଡେଲିଭରି ବୟ। ମାତ୍ର ଏହା ସଂପୂର୍ଣ୍ଣ ଗୁଜବ ବୋଲି ଅଭିଯୁକ୍ତ ଡେଲିଭରି ବୟ ଜଣକ ନିଜ ବୟାନରେ ସଫେଇ ଦେଇଥିଲେ |