ନୟାଗଡ ‘ପରୀ’ ମୃତ୍ୟୁ ପଛର ସାଂଘାତିକ ସତ : କେମିତି ଓ କାହିଁକି ‘ପରୀ’କୁ ହତ୍ୟା କରିଥିଲା ଅଭିଯୁକ୍ତ ? ଗୋଟି ଗୋଟି କରି ସତ ମାନିଲା ଅଭିଯୁକ୍ତ

802

କନକ ବ୍ୟୁରୋ : ନୟାଗଡ ‘ପରୀ’ ମୃତ୍ୟୁ ପଛର ସାଂଘାତିକ ସତ । ସତ ମାନିଲା ସୈତାନ । କେମିତି ଓ କାହିଁକି ପରୀକୁ ହତ୍ୟା କରିଥିଲି ପୂରା ଘଟଣାକୁ ଅଭିଯୁକ୍ତର ସ୍ୱୀକାର କରିଛି । ଅଭିଓ, ଭିଡିଓରେ ହତ୍ୟାକାଣ୍ଡର ପୂରା କାହାଣୀ ସାମ୍ନାକୁ ଆସିଛି ।  ନିଜେ ଅଭିଯୁକ୍ତ ସ୍ୱୀକାର କରିଛି, ପରୀକୁ ତଳେ ପକାଇ ତଂଟି ଚିପି ଦେଇଥିଲା ଅଭିଯୁକ୍ତ । ତାପରେ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୁରାଇ ବାଡି ପଛପଟେ ପୋଖରୀ କୂୂଳରେ ପରୀର ମୃତଦେହକୁ ଫୋପାଡି ଦେଇଥିଲା ।

ଅଭିଯୁକ୍ତ ଜଣଙ୍କ କହିଛି, ଦୁଷ୍କର୍ମ କରିବାକୁ ଚାହିଁଥିଲା । ସେଥିପାଇଁ ଲେଗିଙ୍ଗସକୁ ଖୋଲିଥିଲା, ହେଲେ ଦୁଃଖ ଲାଗିବାରୁ ଦୁଷ୍କର୍ମ କରିନଥିଲା ବୋଲି ସେ ମାନି ଯାଇଛି । ମୃତ ଦେହ ଫିଙ୍ଗିବା ପୂର୍ବରୁ ଲେଗିଙ୍ଗସକୁ ପୋଖରୀରେ ଫୋପାଡିଥିଲା । ତାପରେ ମୃତ ଦେହକୁ ଫୋପଡିଥିଲା । ମା’, ଭଉଣୀ ଘରେ ନଥିବାବେଳେ ପରୀକୁ ହାତଠାରି ଡାକିଥିଲା । ସେ ଘରକୁ ଆସିବା ପରେ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ତାକୁ କୁଣ୍ଡାଇ ପକାଇଥିଲା । ତାପରେ ତାକୁ ତଂଟି ଚିପି ମାରି ଦେଇଥିଲା । ଅଭିଯୁକ୍ତର ମା’ ୨ଟା ବେଳକୁ ଘରକୁ ଫେରିଥିଲେ ଓ ୩ଟା ବେଳକୁ ଫେରିଥିଲେ । ମା’ ଫେରିବା ପରେ ପରୀ ପ୍ରସଙ୍ଗରେ ତାକୁ ପଚାରିଥିଲେ, କିନ୍ତୁ ସେ ଦେଖିନଥିବା କହିଥିଲା ବୋଲି ସ୍ୱୀକାର କରିଛି ।