ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଆଜି ବି ‘ପରୀ’ ଗାଁକୁ ଯିବ ବିଜେପିର ଟିମ୍ । ଗାଁରୁ ଫେରିବା ପରେ ନୟାଗଡ଼ରେ ରିଲେ ଅନଶନ କରିବ ଦଳ

ସେପଟେ ଆଜି ନୟାଗଡର ଯଦୁପୁର ଗସ୍ତ କରିବେ କଂଗ୍ରେସ ପ୍ରତିନିଧି ଦଳ । ପରୀ ପରିବାରକୁ ଭେଟିବେ ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତି

109

କନକ ବ୍ୟୁରୋ: ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚାର ପ୍ରସଙ୍ଗ ସାଜିଛି । ଆଜି କଂଗ୍ରେସର ଏକ ଟିମ୍ ନୟାଗଡ ଜିଲ୍ଲା ଯଦୁପୁର ଗସ୍ତ କରି ପରୀଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ପ୍ରଭାରୀ ଏ ଚେଲ୍ଲାକୁମାର ଆଜି ଏହି ଗସ୍ତରେ ଯିବେ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଏହି ଟିମରେ ନୟାଗଡ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପରୀ ପ୍ରସଙ୍ଗରେ ଦଳ ଭିତରେ ଥିବା ଫାଟ ପ୍ୟାଚ ପଡିଥିବା କୁହାଯାଉଛି ।

ସେପଟେ କିଛି ଦିନ ପୂର୍ବରୁ ବିଜେପି ବିଧାୟକ ଦଳ ପରୀଙ୍କ ଗାଁ ଯଦୁପୁରକୁ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ନ୍ୟାୟ ପାଇଁ ଲଢେଇ ଜାରି ରହିବ ବୋଲି କହିଥିଲେ । ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ପରୀ ଗାଁ ଯଦୁପୁରକୁ ଯିବ ବିଜେପିର ଏକ ଟିମ୍ । ଗାଁରୁ ଫେରିବା ପରେ ନୟାଗଡ଼ରେ ରିଲେ ଅନଶନ କରିବ ଦଳ ।