ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ଅଜୟ ଦେବଗନଙ୍କ ହୋମ ପ୍ରଡକ୍ସନ ଫିଲ୍ମ ପାର୍ଚଡ ସେପ୍ଟେମ୍ବର ୨୩ରେ ରିଲିଜ ହେବ । ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ରାଧିକା ଆପ୍ତେ । ସେପ୍ଟେମ୍ବର ୯ରେ ଏହାର ଟ୍ରେଲର ରିଲିଜ ହେବ ବୋଲି ଅଜୟ ଟୁଇଟ କରି ଜଣାଇଛନ୍ତି । ଲୀନା ଯାଦବଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମରେ ୪ ମହିଳାଙ୍କ କାହାଣୀକୁ ସ୍ଥାନ ଦିଆଯାଇଛି । ରାଧୀକାଙ୍କ ବ୍ୟତିତ ଆଦିଲ ହୁସୈନ, ସୁରବିନ ଚାୱାଲା, ତନିଷ୍ଠା ଚାଟାର୍ଜୀ, ଓ ସୟାନି ଗୁପ୍ତା ନଜର ଆସିବେ।
ତେବେ କିଛି ଦିନ ତଳେ ଫିଲ୍ମରେ ରାଧିକା ଓ ଆଦିଲଙ୍କ ଏକ ଅନ୍ତରଙ୍ଗ ଦୃଶ୍ୟ ଲିକ୍ ହୋଇଥିଲା। ଯାହା ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟିଥିଲା । ଏହା ସହ ରାଧିକାଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/parched_still_-_h_2015.jpg)