କନକ ବ୍ୟୁରୋ : ପାରଳାଖମୁଣ୍ଡ ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାକୁ ୩ ସପ୍ତାହରୁ ଅଧିକ ସମୟ ହେଲାଣି । ଏପର୍ଯ୍ୟନ୍ତ ପୋଲିସ ଏହି ଘଟଣାରେ କାହାକୁ ଗିରଫ କରିନାହିଁ । ପରିବାର ଲୋକ, ପତ୍ନୀ ବିଦ୍ୟାଭାରତୀ, ଡିଏଫଓ, ରୋଷେୟାଙ୍କୁ ଜେରା ଭି୍ତରେ ସୀମିତ ରହି ଯାଇଛି ପୋଲିସର ତଦନ୍ତ । ଏହି ସବୁ ଭିତରେ ଆଜି ପୁଣି ଥରେ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବ ପୋଲିସ । ଏନେଇ କପ୍ତିପଦାରେ ୪ଜଣିଆ ତଦନ୍ତକାରୀ ଟିମ୍ ପହଂଚିଛି । ପୋଲିସ ହାତରେ କିଛି ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଲାଗିଥିବା ସନ୍ଦେହ କରାଯାଉଛି । ଏହି ତଥ୍ୟ ନେଇ ବିଦ୍ୟାଭାରତୀଙ୍କୁ ଆଜି ପୁଣି ଥରେ ପଚରାଉଚରା କରିବ ପୋଲିସ ।

Advertisment