ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି : ଚେନ୍ନାଇ ଆପୋଲୋ ହସ୍ପିଟାଲରୁ ମିଳିଳା ସୂଚନା

38

କନକ ବ୍ୟୁରୋ : ସୁସ୍ଥ ହେଉଛନ୍ତି ପାରଳା ମହାରାଜା ଗୋପୀନାଥ ଗଜପତି । ଚେନ୍ନାଇ ଆପୋଲୋ ହସ୍ପିଟାଲରୁ ରାଜାଙ୍କ ଭିଜୁଆଲ କନକ ନ୍ୟୁଜର ହସ୍ତଗତ ହୋଇଛି । ଅଗଷ୍ଟ ୧୬ ତାରିଖରୁ ଆପୋଲୋରେ ଚିକିତ୍ସିତ ହେଉଛନ୍ତି ରାଜା । ୧୦ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳର ତତ୍ୱାବଧାନରେ ଚିକିତ୍ସା ପରେ ସୁଧୁରୁଛି ଗୋପୀନାଥ ଗଜପତିଙ୍କ ସ୍ୱାସ୍ଥ୍ୟାବସ୍ଥା । ଏବେ ସେ ଧିରେ ଧିରେ ଚାଲିବାରେ ମଧ୍ୟ ସକ୍ଷମ ହେଲେଣି । ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂଚନା ଅନୁଯାୟୀ ରାଜା ଏବେ ଲେଖି ପାରୁଛନ୍ତି । କଥା ମଧ୍ୟ କହିବାକୁ ସକ୍ଷମ ହେଲେଣି ।

ରାଜ୍ୟ ସରକାର ପାରଳା ରାଜାଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଉଛନ୍ତି । ଏପଟେ ପାରଳା ଗଣଆତ୍ମହତ୍ୟା ଘଟଣାରେ ଖୋଲତାଡ ଜାରି ରଖିଛି କ୍ରାଂଇମବ୍ରାଂଚ । ପାରଳା ରାଜା ଗୋପୀନାଥ ଗଜପତିଙ୍କ ମ୍ୟାନେଜର ଓ ତାଙ୍କ ଭାଇ ଭଉଣୀଙ୍କ ମୃତ୍ୟୁ ମାମଲାରେ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଓ ସୁଇସାଇଡ ନୋଟ୍ ଆଧାରରେ ପର୍ଯ୍ୟାୟ କ୍ରମେ ଜେରା କରୁଛି କ୍ରାଇମବ୍ରାଂଚ ।

ମ୍ୟାନେଜର ଅନଙ୍ଗମଞ୍ଜରୀ ଓ ତାଙ୍କ ଭାଇ ଭଉଣୀଙ୍କ ଆତ୍ମହତ୍ୟା ପଛରେ କାହାର କ’ଣ ଭୂମିକା ରହିଛି ସେ ନେଇ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଂଚ । ଗତ ଅଗଷ୍ଟ ୨୧ତାରିଖରେ ପାରାଳା ରାଜା ଗୋପୀନାଥ ଗଜପତିଙ୍କ ମ୍ୟାନେଜର ଅନଙ୍ଗମଞ୍ଜରୀ ଓ ତାଙ୍କ ଭାଇ ଭଉଣୀ ଆତ୍ମହତ୍ୟା କରିଥିଲେ ।