ଟ୍ୱିଟର ସିଇଓ ପଦରୁ ଜ୍ୟାକ ଡୋରସେଙ୍କ ଇସ୍ତଫା: ଭାରତୀୟ ବଂଶୋଭବ ପରାଗ ଅଗ୍ରୱାଲ ହେବେ ପରବର୍ତ୍ତୀ ମୁଖ୍ୟ 

196

କନକ ବ୍ୟୁରୋ: ଟ୍ୱିଟରର ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ଜ୍ୟାକ ଡର୍ସି । ଟ୍ୱିଟ କରି ସେ ଏହି ସୂଚନା ଦେଇଛନ୍ତି ।  ସେ କହିଛନ୍ତି, ଦୀର୍ଘ ୧୬ ବର୍ଷ ଧରି ବିଭିନ୍ନ ପଦବୀରେ ରହିବା ପରେ ପଦ ଛାଡିବାକୁ ସେ ନିଷ୍ପତି ନେଇଛନ୍ତି । ଆଗାମୀ ଦିନରେ ମଧ୍ୟ ଟ୍ୱିଟର ବିଶ୍ୱର ଏକ ସ୍ୱଚ୍ଛ କମ୍ପାନୀ ହୋଇ ରହୁ ବୋଲି ସେ ନିଜ ଟ୍ୱିଟରେ ଲେଖିଛନ୍ତି । ଜ୍ୟାକ ଡର୍ସିଙ୍କ ପରେ ଏବେ ଭାରତୀୟ ବଂଶୋଭବ ପରାଗ ଅଗ୍ରୱାଲ ଟ୍ୱିଟରର ନୂଆ ମୁଖିଆ ହେବେ । ଏ ନେଇ ଟ୍ୱିଟ କରି ପରାଗ ଅଗ୍ରୱାଲ ଲେଖିଛନ୍ତି, ନୂଆ କାମ ନେଇ ସେ ବେଶ ଉତ୍ସାହିତ ଅଛନ୍ତି ।

ଖବର ଅନୁସାରେ, ୪୫ ବର୍ଷିୟ ଜ୍ୟାକ ଡର୍ସି କ୍ରିପଟୋ-କରେନ୍ସି ଉପରେ  ଆଗ୍ରହ ରଖୁଥିଲେ । ଟ୍ୱିଟର ସହ ସେ ଆଉ ଏକ କମ୍ପାନୀର ବି ସିଇଓ ଥିଲେ , ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଟ୍ୱିଟର ବର୍ତମାନ  ଫେସବୁକ ଓ  ଟିକଟକ ଭଳି ପ୍ରତିଦ୍ୱନ୍ଦୀଙ୍କ ସହ କଡା  ମୁକାବିଲାର ସମ୍ମୁଖୀନ ହୋଇଛି । ୨୦୨୩ ସୁଦ୍ଧା ଦୁଇଗୁଣ ରାଜସ୍ୱ ସଂଗ୍ରହ କରିବାକୁ କମ୍ପାନୀ ଅନେକ ନୂଆ ରଣନୀତି ଘୋଷଣା କରିଛି ।