ପାରାଦୀପ : କୁଜଙ୍ଗ ପଥୁରିଆରେ ମର୍ମନ୍ତୁଦ ଦୁୁର୍ଘଟଣା, ଅଜଣା ଗାଡି ଧକ୍କାରେ ୩ ବାଇକ ଆରୋହୀ ମୃତ

34

କନକ ବ୍ୟୁରୋ : ସାରା ଦେଶ ରଙ୍ଗର ପୂର୍ବକୁ ଉତ୍ସାହର ସହ ପାଳନ କରୁଥିବା ବେଳେ ପାରାଦୀପରେ ଏକ ଦୁଃଖଦ ଘଟଣା ଘଟିଛି । ଦୁର୍ଘଟଣାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଜଗତସିଂହପୁର କୁଜଙ୍ଗ ପଥୁରିଆ ନିକଟରେ ମର୍ମନ୍ତୁଦ ଦୁୁର୍ଘଟଣା ଘଟିଛି । ଏକ ଅଜଣା ଗାଡି ଧକ୍କାରେ ୩ ଜଣଙ୍କର ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୨ ଜଣ ନିକଟସ୍ଥ ବାଗୋଇ ଓ ଚଟୁଆ ଗାଁର ବୋଲି ସୂଚନା ମିଳିଛି ।