ଋଣ ପ୍ରଲୋଭନରେ ଠକି ଗଲେ ଯୁବକ : ଯୁବକଙ୍କ ଆକାଉଂଟରୁ ୮ଲକ୍ଷ ଠକେଇ; ଗିରଫ କରିବା ପାଇଁ ପହଂଚିଲା କଲିକତା ପୁଲିସ୍

୨ଲକ୍ଷ ଲୋନ୍ ଓ ଚାକିରି ଲୋଭରେ କୋରିୟରରେ ବ୍ୟାଙ୍କ୍ ଖାତା ଓ ଏଟିମ୍ ପଠାଇଥିଲେ ଜଗତସିଂପୁର ଯୁବକ

153

କନକ ବ୍ୟୁରୋ : ଲୋନ୍ କରାଇ ଦେବା ନା’ରେ ବଡ଼ ଧରଣର ଠକେଇ । ପାରାଦ୍ୱୀପରେ ୨ ଲକ୍ଷ ଟଙ୍କା ଲୋନ୍ ଆଶା ରଖି ଫସିଗଲେ ଯୁବକ । ଆଉ ସ୍ଥିତି ଏମିତି ହେଲା ଯେ, ସେହି ଯୁବକଙ୍କ ଖାତାରୁ ୮ ଲକ୍ଷ ଟଙ୍କା ଲେଣଦେଣକୁ ନେଇ ପାରାଦ୍ୱୀପରେ ପହଂଚିଲା କୋଲକତା ପୁଲିସ । ଅଧିକ ପଚରାଉଚୁରା ପାଇଁ ଓଡ଼ିଶାରୁ ଏହି ଯୁବକଙ୍କୁ କୋଲକତା ନେବ ପୁଲିସ୍ । ଦୁଇ ଲକ୍ଷ ଟଙ୍କା ଲୋନ୍ ପାଇବା ଲୋଭରେ ନିଜର ସମସ୍ତ ଅସଲି କାଗଜପତ୍ର ଓ ନିଜର ସିମକାର୍ଡ ଦେଇ ଫଶିଛନ୍ତି ଯୁବକ ।

ଘଟଣା ଘଟିଛି ପାରାଦ୍ୱୀପ ଷଣ୍ଢକୁଦ ଅଂଚଳରେ ରଙ୍ଗକାମ କରୁଥିବା ବିଶ୍ୱଜିତ ଜେନାଙ୍କ ସହ । ଏହି ଠକେଇର ଚେର ଲମ୍ବିଛି ପାରାଦ୍ୱୀପରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ କୋଲକତା । ବିଭିନ୍ନ ଅଂଚଳରୁ ଯୁବକମାନଙ୍କୁ ଅନ୍ଲାଇନ୍ରେ ଚାକିରି ଓ ଲୋନ୍ କରାଇଦେବା ପ୍ରତିଶ୍ରୁତି ଦେବା ସହ ଆଶାୟୀଙ୍କ ଠାରୁ କୋରିୟରରେ କିଛି ଅର୍ଥ କୋରିୟର୍ରେ ନେବା ପରେ ବାକି ଅର୍ଥକୁ ଏହି ଯୁବକର ଆକାଉଂଟକୁ ବ୍ୟବହାର କରିଥିଲେ ଠକ ଗ୍ୟାଙ୍ଗ ।

ଅଭିଯୋଗ ଅନୁଯାୟୀ, ଷଣ୍ଢକୁଦର ବିଶ୍ୱଜିତ ଜେନାଙ୍କ ଲୋନରେ ଦୁଇ ଲକ୍ଷ ଟଙ୍କା ଦେବା ପାଇଁ ଏକ ଫ୍ରଡ୍ କଲ୍ ଆସିଥିଲା । କଲ୍ରେ କୁହାଯିବା ଅନୁସାରେ ବିଶ୍ୱଜିତ୍ ନିଜ ସମସ୍ତ ଅସଲି କାଗଜପତ୍ର ଏମିତିକି ନିଜ ବ୍ୟାଙ୍କ୍ ଖାତା, ଏଟିଏମ୍ ଓ ନିଜ ସିମ୍ କାର୍ଡ କୋରିୟରରେ ଦିଲ୍ଲୀ ପଠାଇଦେଇଥିଲେ । ଆଉ ପର୍ଯ୍ୟାୟ କ୍ରମେ ୫୦ ହଜାର ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ଏହି ସବୁ ପରେ ନିଜର ସବୁ ଅସଲି କାଗଜପତ୍ର ପଠାଇ ଦେଇଥିଲେ ଯୁବକ । ଯାହାର ସୁଯୋଗ ନେଇ ଠକ ଗ୍ୟାଙ୍ଗ୍ ବିଶ୍ୱଜିତଙ୍କ ଆକାଉଂଟ ଜରିଆରେ ଏକାଧିକ ଠକେଇ ଟଙ୍କାର ଦେଣଲେଣ ରହିଥଲେ । ଶେଷରେ କଲିକତା ପୁଲିସ୍ ବିଶ୍ୱଜିତଙ୍କୁ ଗିରଫ କରିବା ପାଇଁ ଜଗତସିଂହପୁରରେ ପହଂଚିଛି ।