ପାରାସିଟାମୋଲ ପାଇଁ ପ୍ରେସକ୍ରିପସନ ଦରକାର ନାହିଁ ! ଲୋକଙ୍କ ପରାମର୍ଶ ମାଗିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

254

କନକ ବ୍ୟୁରୋ : ପାରାସିଟାମୋଲ ନେଉଥିବା ଲୋକଙ୍କ ପାଇଁ ଖୁସି ଖବର । ସରକାର ପାରାସିଟାମୋଲ ଡାଇକ୍ଲୋଫାନାକ, ନାଜାଲ ଡିକୋଗ୍ରେଷ୍ଟ ଏବଂ ଅନ୍ୟ ସାଧାରଣ ଔଷଧକୁ ଆହୁରି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିକ୍ରିର ଅନୁମତି ଦେବା ପାଇଁ ପ୍ରସ୍ତୁତ ହେଉଛି । ଓଭର କାଉଣ୍ଟର ଉତ୍ପାଦ ଭାବେ ଏହିଭଳି ୧୬ ପ୍ରକାରରର ଔଷଧ ବିକ୍ରି ପାଇଁ ଅନୁମତି ଦେବାକୁ ଯାଉଛନ୍ତି ସରକାର । ଏଥିପାଇଁ ଲୋକଙ୍କୁ ଆଉ ଡାକ୍ତରଙ୍କ ପ୍ରେସକ୍ରିପସନର ଆବଶ୍ୟକତା ପଡିବ ନାହିଁ । ଏନେଇ ଲୋକଙ୍କୁ ପରାମର୍ଶ ମଗାଯାଇଛି ।

ସୂଚନା ଅନୁସାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସମସ୍ତ ଔଷଧକୁ ଆଇନର କେ ଅନୁସୂଚୀରେ ଆଣିବା ପାଇଁ ଡ୍ରଗ୍ସ ନିୟମ ୧୯୪୫ରେ ପରିବର୍ତ୍ତନ ପାଇଁ ଗେଜେଟ ନୋଟିସ ଜାରି କରିଛି । ଏଥିରେ ବୈଧ ଲାଇସେନ୍ସ ଅନୁସାରେ ଔଷଧ ଗୁଡିକୁ ଓଭର ଦି କାଉଣ୍ଟର ଜରିଆରେ ବିକ୍ରି ହୋଇପାରିବ ।

ଔଷଧ ବିକ୍ରି ପାଇଁ ଆଇନତଃ ଅନୁମତି ମିଳିବ
ଏହି ୧୬ ଔଷଧରେ ଆଣ୍ଟିସେଫଟିକ ଏବଂ ଡିସଇନଫେକ୍ଟ ଏଜେଣ୍ଟ, ଦାନ୍ତରେ ଯନ୍ତ୍ରଣାର ଉପଶମ ପାଇଁ ବ୍ୟବହାର ହେଉଥିବା କ୍ଲୋରୋଅକ୍ସିଡାଇନ ମାଉଥ୍ ୱାସ୍, କାଶ ପାଇଁ ଡେକ୍ସୋଟ୍ରୋମେଥାର୍ଫନହାଇଡ୍ରୋବ୍ରୋମାଇଡ ଲୋଞ୍ଜେଜେସ, ଆଣ୍ଟି ବ୍ୟାକ୍ଟେରିଆଲ ଆକନେ ଫର୍ମୁଲେସନ, ଆଣ୍ଟି ଫଙ୍ଗଲ କ୍ରିମ, ନାଜାଲ ଡିକୋଗ୍ରେଷ୍ଟ, ଏନାଲଜୋସିକ କ୍ରିମ ଫର୍ମୁଲେସନ, ଆଣ୍ଟି ଆଲର୍ଜୀ କ୍ୟାପସୁଲ ସାମିଲ ରହିଛି ।

ପ୍ରସ୍ତାବିତ ଏହି ସବୁ ପରିବର୍ତ୍ତନରେ ଔଷଧର ବିକ୍ରିକୁ ନେଇ ଆଇନଗତ ଅନୁମତି ପ୍ରଦାନ କରିବା, ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ଔଷଧର ବିକ୍ରି କରିବା ଆହୁରି ସହଜ ହେବ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି ହୋଇଥିବା ଅଧିସୂଚନାରେ ୧୬ଟି ଔଷଧକୁ ଏଭଳି ଅନୁମତି ପ୍ରଦାନ ନେଇ ଲୋକଙ୍କ ପରାମର୍ଶ ମଗାହୋଇଛି । ଅନୁମତି ମିଳିବା ପରେ ଏହାକୁ ଲାଗୁ ନେଇ ନିଷ୍ପତ୍ତି ହେବ ।