ଚୀନରେ ଚମକିଲେ ଓଡ଼ିଆ ପୁଅ । ବିଶ୍ୱ ପାରା ବ୍ୟାଡ଼ମିଂଟନ ଚାମ୍ପିୟାନସିପରେ ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଡ଼ବଲ ଗୋଲ୍ଡ

ସିଙ୍ଗଲସ ପରେ ଡ଼ବଲ୍ସରେ ବି ସ୍ୱର୍ଣ୍ଣ ଜିତିିଲେ ଭଗତ

550

କନକ ବ୍ୟୁରୋ: ଚୀନରୁ ଆସିଲା ଖୁସି ଖବର । ଓଡିଆ ପୁଅ ଦେଶକୁ ଦେଳ ଡବଲ ଗୋଲ୍ଡ । ଚୀନରେ ଚାଲିଥିବା ପାରାବ୍ୟାଡମିଂଟନ ଚାମ୍ପିଅନସିପରେ ପୁଣି ଥରେ ଚମକ ଦେଖାଇଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ପ୍ରମୋଦ ପ୍ରଥମେ ପାରା ବ୍ୟାଡମିଟଂନର ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ଡବଲ୍ସ ବର୍ଗରେ ବି ଗୋଲ୍ଡ ହାସଲ କରିଥିଲେ । ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ଗୋଲ୍ଡ ହାସଲ କରି ପ୍ରମୋଦ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ଚୀନରେ ଆୟୋଜିତ ପାରା ବ୍ୟାଡମିଂଟନ ଅନ୍ତର୍ଜାତୀୟ ଚାମ୍ପିଅନସିପ୍ ୨୦୧୯ରେ ପ୍ରମୋଦଙ୍କ ସଫଳତା ଓଡିଆଙ୍କୁ ଗୌରବାନ୍ୱିତ କରିଛି । ପୂର୍ବରୁ ସ୍ୱିଜରଲାଣ୍ଡରେ ହୋଇଥିବା ୱାର୍ଲଡ ପାରାବ୍ୟାଡମିଂଟନ ଚାମ୍ପିଅନସିପ ସିଙ୍ଗଲ୍ସ ବର୍ଗରେ ସ୍ୱର୍ଣ୍ଣପଦକ ଜିତି ସେ ଭାରତର ସମ୍ମାନ ବଢାଇଥିଲେ । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରମୋଦ ଭଗବତଙ୍କୁ ଭାରତ ସରକାର ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ । ପ୍ରମୋଦ ଏବେ ପାରା ବ୍ୟାଡମିଂଟନରେ ବିଶ୍ୱର ଏକ ନମ୍ବରର ଖେଳାଳି ରାଙ୍କରେ ଅଛନ୍ତି ।