ଅର୍ଜୁନ ପୁରସ୍କାରପ୍ରାପ୍ତ ଓଡିଆ ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସନ୍ଦେଶ । ସମ୍ମାନ ପାଇଁ କଲେ ଖୁସିପ୍ରକଟ, ରାଜ୍ୟବାସୀଙ୍କୁ ଦେଲେ ଧନ୍ୟବାଦ

240

କନକ ବ୍ୟୁରୋ: ଅର୍ଜୁନ ପୁରସ୍କାର ପାଇବା ପରେ ବିଦେଶରୁ ସନ୍ଦେଶ ଦେଇଛନ୍ତି ଓଡ଼ିଆ ପାରା ବ୍ୟାଡମିଂଟନ୍ ଖେଳାଳି ପ୍ରମୋଦ ଭଗତ । କନକ ନ୍ୟୁଜକୁ ଦେଇଥିବା ଏକ୍ସକ୍ଲୁସିଭ ସନ୍ଦେଶରେ ସେ କହିଛନ୍ତି, ଏଭଳି ସମ୍ମାନ ପାଇଥିବାରୁ ସେ ଖୁସି । ତାଙ୍କ ସ୍ୱପ୍ନ ସାକାର ହୋଇଛି । ଏଥିପାଇଁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପାରା ଅଲମ୍ପିକ ବିଶ୍ୱ କ୍ୱାଲିଫାୟ ରାଉଣ୍ଡ ପାଇଁ ସେ ଏବେ ବିଦେଶରେ ଅଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତବର୍ଷ ୧୯ ଜଣ ଖେଳାଳି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଏହି ତାଲିକାରେ ସାମିଲ ଅଛନ୍ତି ପ୍ରମୋଦ ଭଗତ ।

 

 

ଏସଏଲ-୩ବର୍ଗରେ ବିଶ୍ୱର ଏକ ନମ୍ବର ପାରା ବ୍ୟାଡମିନଟନ ଖେଳାଳି ଭାବେ ବିଶ୍ୱର ବଡ ବଡ ପ୍ରତିଯୋଗିତାରେ ସେ ସଫଳତା ଅର୍ଜନ କରିଛନ୍ତି । ଚଳିତବର୍ଷ ପାରା ବ୍ୟାଡମିନଟନ୍ କ୍ରୀଡ଼ା ପୁରୁଷ ଏକକ ବିଭାଗରେ ସ୍ୱର୍ଣ୍ଣପଦକ ପାଇଛନ୍ତି ପ୍ରମୋଦ ଭଗତ । ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ଏହି ଓଡ଼ିଆ ଖେଳାଳି । ପ୍ରମୋଦଙ୍କ ଘର ବରଗଡ଼ ଜିଲ୍ଲା ଅତାବିରାରେ । ୭ବର୍ଷ ବୟସରେ ପ୍ରମୋଦ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲା । ହେଲେ ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ବଳରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି ।