ପପୁ ପମପମ୍ କାଷ୍ଟିଂ କାଉଚ୍ ଘଟଣାରେ ନୂଆ ମୋଡ ! ମାମଲାରୁ ଓହରିଲେ ସରକାରୀ ଓକିଲ, ପୀଡିତା ଓ ମା’ଙ୍କର ହୋଇପାରିଲାନି ସାକ୍ଷ୍ୟ ଗ୍ରହଣ

37

କନକ ବ୍ୟୁରୋ : ପପୁ ପମପମ୍ କାଷ୍ଟି କାଉଚ୍ ଅଭିଯୋଗ ମାଲାରେ ନୂଆ ମୋଡ । ଏହି ମାମଲାର ସାକ୍ଷ୍ୟ ଗ୍ରହଣ ପାଇଁ ସ୍ୱତନ୍ତ୍ର ପକସୋ କୋର୍ଟରେ ରହିଥିବା ବେଳେ, ସାକ୍ଷ୍ୟ ଗ୍ରହଣ ହୋଇ ପାରିନି । ସାକ୍ଷ୍ୟ ଗ୍ରହଣ ପାଇଁ ପୀଡିତା ଓ ତାଙ୍କ ମା କୋର୍ଟରେ ହାଜର ହୋଇଥିଲେ । ହେଲେ ମାମଲାରେ ଥିବା ସରକାରୀ ଓକିଲ ଏହି ମାମଲାରୁ ଓହରିଛନ୍ତି । ତେବେ ଆଗାମୀ ତାରିଖ ସେପ୍ଟେମ୍ବର ୧୦ ତାରିଖକୁ ରହିଛି । ଆଗାମୀ ୧୦ ତାରିଖ ଶୁଦ୍ଧା ଜଣେ ସରକାରୀ ଓକିଲ ସ୍ଥାନ ପାଇବା ପରେ, ଏହି ସାକ୍ଷ୍ୟ ଗ୍ରହଣ କରାଯିବ ବୋଲି ଓକିଲଙ୍କ ପକ୍ଷରୁ ସୂଚନା ମିଳିଛି ।