ଗୋଲାପ ଧରି ଫଟୋ ଉଠାଇଥିଲି, ଦଉଡି କିଏ ଧରାଇ ଦେଲା କେଜାଣି । ପୋଷ୍ଟର ବିବାଦରେ ଦୂତିଙ୍କୁ କ୍ଷମା ମାଗିଲେ ପପୁ ପମପମ ।

1,250

କନକ ବ୍ୟୁରୋ : ଦୌଡରାଣୀ ଦୂତି ଚାନ୍ଦଙ୍କୁ କ୍ଷମା ମାଗିଲେ ପପୁ ପମପମ । ବିବାଦୀୟ ପୋଷ୍ଟରକୁ ନେଇ ଦୂତି ଓ ପପୁ ପମପମଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଆଉ କ୍ଷମା ମାଗିବା ସହ ଏହି ବିବାଦର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପପୁ । ଅଡିଓ କ୍ଲିପକୁ ନେଇ ନିଜର ଭୁଲ ସ୍ୱୀକାର କରିବା ସହ ରାଗିକି ଏମିତି କହି ଦେଇଥିଲେ ବୋଲି ଏକ ନିଦ୍ଦିଷ୍ଟ ଗଣମାଧ୍ୟମରେ କହିଛନ୍ତି ପପୁ । ଏପରିକି ଦୂତି ଓ ମୋ ମଧ୍ୟରେ ଲଢେଇ କରି କିଛି ଲୋକ ଫାଇଦା ନେବାକୁ ଚେଷ୍ଟା କରୁଥିବା କହିଛନ୍ତି ପପୁ ।

ଏହାପୂର୍ବରୁ ମିଷ୍ଟର କହ୍ନେୟା ପୋଷ୍ଟରକୁ ନେଇ ବଡ ବିବାଦ ଦେଖିବାକୁ ମିଳିଥିଲା । ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ନେଇ ପ୍ରଥମେ ଥାନାରେ ଅଭିଯୋଗ ଆଣିଥିଲେ ସମାଜସେବୀ ଲିଙ୍କନ ସୁବୁଦ୍ଧି । ପରେ ସୋସିଆଲ ମିଡିଆରେ ଏହି ପୋଷ୍ଟର ବିରୋଧରେ ଏକ ପୋଷ୍ଟ କରିଥିଲେ ଦୌତରାଣୀ ଦୂତି । ଆଉ ଦୂତିିଙ୍କ ପୋଷ୍ଟ ସହ ଆରମ୍ଭ ହୋଇଥିଲା ନୂଆ ବିବାଦ ।

ଏହି ପୋଷ୍ଟର ବିବାଦ କିଛି ଘଣ୍ଟା ମଧ୍ୟରେ ପପୁ ଓ ଦୂତି ବିବାଦରେ ପରିଣତ ହୋଇଥିଲା । ଦୂତିଙ୍କ ଉପରେ ବ୍ୟକ୍ତିଗତ ଆକ୍ଷେପ କରିବା ସହ ତାଙ୍କ ପରିବାରକୁ ନେଇ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ଦୂତି । ପପୁ ତାଙ୍କୁ କ୍ଷମା ମାଗନ୍ତୁ ନଚେତ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଥିଲେ ଦୂତି । ଆଉ ଦୂତିଙ୍କ ଏଭଳି ଚେତାବନୀ ପରେ ଏକ ଘରୋଇ ଟିଭି ଚ୍ୟାନେଲରେ କ୍ଷମା ମାଗିଛନ୍ତି ପପୁ ପମପମ ।