ବ୍ରିସବେନରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରିଷଭ, ଟେଷ୍ଟରେ ପୂରଣ କଲେ ଦ୍ରୁତ ୧ ହଜାର ରନ୍

239

କନକ ବ୍ୟୁରୋ : ବ୍ରିସବେନ୍ ଟେଷ୍ଟରେ କ୍ୟାପଟେନ୍ କୁଲ୍ ମାହିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ। ୱିକେଟ୍ କିପର ବ୍ୟାଟ୍ସମ୍ୟାନ ଭାବେ ସବୁଠୁ କମ୍ ଇଂନିସରେ ପୂରଣ କଲେ ୧ ହଜାର ରନ୍। ମଙ୍ଗଳବାର ଟିମ୍ ଇଣ୍ଡିଆର ୱିକେଟ୍ କିପର ରିଷଭ ପନ୍ତ ଟେଷ୍ଟ କ୍ୟାରିୟରରେ ନିଜର ୧ ହଜାର ରନ୍ ପୂରଣ କରିଛନ୍ତି। ମାତ୍ର ୨୭ଟି ପାଳି ଖେଳି ସେ ଏହି ରନ୍ ସଂଗ୍ରହ କରିଛନ୍ତି। ଏଥିସହ ଭାରତୀୟ ୱିକେଟ୍ କିପର ଭାବେ ପନ୍ତ ଟେଷ୍ଟରେ ଦ୍ରୁତତମ ୧ ହଜାର ରନ୍ ପୂରଣ କରିଛନ୍ତି।

ପନ୍ତଙ୍କ ପୂର୍ବରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟେଷ୍ଟରେ ୩୨ଟି ଇଂନିସ ଖେଳି ନିଜର ୧ ହଜାର ପୂରଣ କରିଥିଲେ। ତାଙ୍କ ପୂର୍ବରୁ ଭାରତୀୟ ୱିକେଟ୍ କିପର ଫାରୁକ୍ ଇଞ୍ଜିନିୟର ୩୬ଟି ଇଂନିସ, ରିଦ୍ଧିମାନ ସାହ ୩୭ଟି ଇଂନିସ, ନୟନ ମୋଙ୍ଗିଆ ୩୯ଟି ଇଂନିସ ଖେଳି ନିଜର ୧ ହଜାର ରନ୍ ପୂରଣ କରିଥିଲେ। ରିଷଭ ପନ୍ତ ମାତ୍ର ୨୭ଟି ଇଂନିସ ଖେଳି ଏହି ସଫଳତା ହାସଲ କରିଛନ୍ତି। ଭାରତ-ଅଷ୍ଟ୍ରେଲିଆ ଭିତରେ ବ୍ରିସବେନରେ ଚତୁର୍ଥ ଟେଷ୍ଟ ଖେଳାଯାଉଛି। ଆଜି ଏହାର ପଞ୍ଚମ ଦିନ। ଟିମ୍ ଇଣ୍ଡିଆକୁ କଙ୍ଗାରୁ ଦଳ ୩୨୮ ରନର ଟାର୍ଗେଟ ଦେଇଛି।