ଗୁପଚୁପ୍ ଏଟିଏମ୍ : ଟଙ୍କା ଉଠାଇବା ମେସିନରୁ ବାହାରୁଛି ଚଟପଟା ଗୁପଚୁପ୍  , ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଅଜବ ଆବିଷ୍କାର , ପ୍ରଥମଥର ପାଇଁ ଏଭଳି ମେସିନକୁ ଦେଖି ଲୋକ ବି ତାଜୁବ୍ । ଦେଖନ୍ତୁ ଭିଡ଼ିଓ

972

ଲୋକଙ୍କ ପ୍ରିୟ ଫାଷ୍ଟଫୁଡ଼୍ କହିଲେ ଗୁପଚୁପକୁ ବୁଝାଏ । କିନ୍ତୁ କରୋନାର ଘଡ଼ିସନ୍ଧି ସମୟରେ ବାହାରୁ ଖାଦ୍ୟ କିଣି ଖାଇବା ପାଇଁ ଲୋକେ ପଛଘୁଞ୍ଚା ଦେଉଛନ୍ତି । ଖାସ୍ କରି ଗୁପଚୁପ୍ , ଚାର୍ଟ ଭଳି ଫାଷ୍ଟଫୁଡ଼୍ ଖାଇବାକୁ ଭଲ ପାଉଥିବା ଲୋକ ଏବେ ଘରେ ପ୍ରସ୍ତୁତ କରି ଖାଉଛନ୍ତି । ଏଥିରେ ବାହାରେ କାହାର ସଂସ୍ପର୍ଶରେ ଆସିବାର ଭୟ ବି ନଥାଏ । କିନ୍ତୁ ଯଦି ଆପଣ ଗୁପଚୁପ୍ ପ୍ରସ୍ତୁତ କରିବା ଜାଣିନାହାନ୍ତି ତେବେ ଚିନ୍ତା କରିବାର କିଛି କଥା ନାହିଁ । ଆପଣଙ୍କୁ ଗୁପଚୁପ୍ ଖାଇବାକୁ ଦେବ ମେସିନ୍ । ଆଜ୍ଞା ହଁ ଏଭଳି ଏକ ଭିଡିଓ ଏବେ ସୋସିଆଲ୍ ମିଡିିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଏଟିଏମ୍ ରୁ ଟଙ୍କା ବାହାରିଲା ଭଳି ଗୁପଚୁପ୍ ବାହାରୁଛି । ସୋସିଆଲ୍ ମିଡିଆରେ ଏଭଳି ଅଜବ ଆବିଷ୍କାର ଦେଖି ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭିଡିଓରେ ଜଣେ ବ୍ୟକ୍ତି ମେସିନ୍ କିପରି ଷ୍ଟାର୍ଟ ହେବ ଏନେଇ ବିସ୍ତୃତ ଭାବେ କହିଛନ୍ତି । ପ୍ରଥମେ ଏହି ମେସିନରେ ଷ୍ଟାର୍ଟ ବଟମ୍ ଦବାଇବା ପରେ ଆପଣ କେତେ ଟଙ୍କାର ଗୁପଚୁପ୍ ଖାଇବେ ତାକୁ ସିଲେକ୍ଟ କରିବେ । ଯେତେ ଟଙ୍କାର ଗୁପଚୁପ୍ ଆପଣ ଖାଇପାରିବେ ସେତେ ଟଙ୍କା ମେସିନରେ ପକାଇଦେବେ । ତା’ପରେ ମେସିନରୁ ଗୋଟିକ ପରେ ଗୋଟିଏ ଗୁପଚୁପ୍  ବାହାରିବ ଏବଂ ତାକୁ ଆପଣ ଆନନ୍ଦରେ ଖାଇପାରିବେ । ତେବେ ଏହି ଗୁପଚୁପ୍ ଏଟିଏମକୁ ପ୍ରସ୍ତୁତ ହେବାକୁ ୬ ମାସ ସମୟ ଲାଗିଛି ।