ଥମୁନି ନିର୍ବାଚନ ପରବର୍ତୀ ହିଂସା ! ପିପିଲି ବ୍ଲକ୍ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଭଂଗାରୁଜା

27

କନକ ବ୍ୟୁରୋ : ଥମୁନି ପଂଚାୟତ ନିର୍ବାଚନ ପରବର୍ତୀ ହିଂସା । ପିପିଲି ବ୍ଲକ୍ କାର୍ଯ୍ୟାଳୟରେ ଭଂଗାରୁଜା କରିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ । ଅଫିସର କବାଟ, ଝରକା ଭଂଗାରୁଜା କରିବା ସହ ସେଥିରେ ନିଆଁ ଲଗାଇଦେଇଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇବା ସହ ପରିସ୍ଥିତି ଉପରେ ନଜର ରଖିଛି । ଗତକାଲି ରାତିରୁ ସେଠାରେ ଉତେଜନା ଲାଗିରହିଛି । ପରାଜିତ ପ୍ରାର୍ଥୀ ଗୋଷ୍ଠୀଙ୍କ ପକ୍ଷରୁ ଏଭଳି କରାଯାଇଥିବା ସୂଚନା ମିଳିଛି ।