ପଞ୍ଚାୟତ ନିର୍ବାଚନ ପାଇଁ ମୈଦାନରେ ପାଠୁଆ ପ୍ରାର୍ଥୀ । ଏଲ.ଏଲ.ବି ଓ ଏମଟେକ୍ ପରେ ଏବେ ସମାଜସେବାରେ ରୁଚି

109

କନକ ବ୍ୟୁରୋ : ଚଳିତ ବର୍ଷ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଅନେକ ଉଚ୍ଚଶିକ୍ଷିତ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । କଟକ କଂଟାପଡ଼ା ବ୍ଲକରେ ଉଚ୍ଚଶିକ୍ଷିତ ମହିଳାମାନେ ନିର୍ବାଚନ ଲଢୁଛନ୍ତି । ନାହଳପୁର ପଂଚାୟତରେ ଜଣେ ପ୍ରାର୍ଥୀନୀ ବାୟୋଟେକ୍ନୋଲୋଜିରେ ଏମଟେକ୍ ପାସ କରି ସମାଜସେବା ପାଇଁ ନିର୍ବାଚନ ଲଢୁଛନ୍ତି ।

ସେହିପରି ଗୋବିନ୍ଦପୁର ପଂଚାୟତର ଜଣେ ମହିଳା ବି.ଏସ.ସି ପାସ୍ କରି ସରପଂଚ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ସେହିପରି ଝାରପଡ଼ା ପଂଚାୟତରେ ଜଣେ ମହିଳା ବିଏ.ଏଲ.ଏଲ.ବି କରି ପଂଚାୟତ ନିର୍ବାଚନରେ ସାମିଲ ହୋଇଛନ୍ତି । ନାମାଙ୍କନ ଦାଖଲ ପରେ ଏବେ ଗାଁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ଦେବା ପାଇଁ ଲୋକଙ୍କ ନିକଟତର ହେଉଛନ୍ତି । ନିର୍ବାଚନରେ ବିଜୟୀ ହେଲେ ଅଂଚଳ ବିକାଶ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ।