ଆଜି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି : କରୋନା କଟକଣା ପାଇଁ ଜମିବନି ପଣା, ଫିକା ପଡିବ ବିଷୁବ ମିଳନ

741

କନକ ବ୍ୟୁରୋ : ଆଜି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହା ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ପ୍ରମୁଖ ପର୍ବ । ଓଡିଶା ସମେତ ଭାରତର ଅନ୍ୟ ଅନ୍ୟ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ପାଳିତ ହୋଇଥାଏ । ଓଡିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ । ତେଣୁ ଏହାକୁ ନୂଆ ଓଡିଆ ନୂଆ ବର୍ଷ କୁହାଯାଏ ।

ପଣା ସଂକ୍ରାନ୍ତିକୁ ମହାବୀର ହନୁମାନଙ୍କ ଜନ୍ମଦିନ ଭାବରେ ମଧ୍ୟ ପାଳନ କରାଯାଏ । ଶ୍ରୀରାମଙ୍କ ପରମ ଭକ୍ତ ଶ୍ରୀହନୁମାନ ଶକ୍ତି, ସାହସ ଓ ସାମର୍ଥ୍ୟର ପ୍ରତୀକ । ଶକ୍ତି ବୃଦ୍ଧି ପାଇଁ ଚଣା, ଗୁଡ ଓ ବେସନ ପ୍ରସ୍ତୁତ ଲଡୁ ହନୁମାନଙ୍କ ପାଖରେ ଭୋଗ ଲାଗେ । ସେପଟେ ଶ୍ରଦ୍ଧାଳୁ ଆଜି ଦିନରେ ଉପବାସରେ ରହି ନିଷ୍ଠାପର ଭାବେ ଶ୍ରୀବଜରଙ୍ଗୀଙ୍କ ଆରାଧନା କରିଥାନ୍ତି ।