ଉପରେ ନାଲିବତୀ ପାଖରେ ଅଭିନେତ୍ରୀ ! ନିର୍ବାଚନ ଆଚରଣବିଧିକୁ ଫୁ’କଲେ ପାଲଲହଡା ବିଧାୟକ ମହେଶ ସାହୁ

64

କନକ ବ୍ୟୁରୋ : ଗାଡି ଭିତରେ ବିଧାୟକ । ଉପରେ ନାଲିବତୀ । ଆଉ ସାଙ୍ଗରେ ଅଛନ୍ତି ଓଲିଉଡ୍ ବ୍ୟୁଟି । ଚାଲିଛି ସରଗରମ ପ୍ରଚାର । ସାହିକୁ ସାହି ଗଳିକୁ ଗଳି ବୁଲି ବିଜେଡି ପାଇଁ ଭୋଟ୍ ମାଗୁଛନ୍ତି ପାଲଲହଡା ବିଧାୟକ ମହେଶ ସାହୁ । ରାତିରେ ବିଧାୟକ ବାହାରିଥିଲେ ପଂଚାୟତ ନିର୍ବାଚନ ପ୍ରଚାରରେ । ସାଙ୍ଗରେ ଥିଲେ ଅଭିନେତ୍ରୀ ଜିନା ସାମଲ । ଆଉ ପ୍ରଚାର ଏରିଆ ଥିଲା ନିଜ ନିର୍ବାଚନମଣ୍ଡଳୀ । । ଏଥିପାଇଁ ବିଧାୟକ ସାରଙ୍କ ଜମା ଟେନସନ୍ ନଥିଲା । ଗାଡିରେ ନାଲିବତୀ ଲଗାଇ ସହର ମଧ୍ୟରେ ବେଧଡକ ବୁଲିଥିଲେ ବିଧାୟକ ।

ପଂଚାୟତ ନିର୍ବାଚନ ବେଳେ ନାଲିବତୀ ଗାଡି ଉପରେ କଟକଣା ଲଗାଇଛନ୍ତି କମିଶନ । ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଅଛି ନେତା, ମନ୍ତ୍ରୀ ନାଲିବତୀ ଗାଡି ଚଢିପାରିବେ ନାହିଁ । ଏହା କଲେ ଆଚରଣ ବିଧି ଉଲ୍ଲଘଂନ ହେଲା ବୋଲି ବିଚାର କରାଯିବ । ଏବଂ ସଂପୃକ୍ତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେବ,ହେଲେ ସରକାରୀ କାମରେ ନାଲିବତୀ ବ୍ୟବହାର କରିହେବ ।

ସେପଟେ ବିଧାୟକଙ୍କ ଏଭଳି ପ୍ରଚାରକୁ ନେଇ ଉପଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛି ବିଜେପି ଏବଂ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛି ଦଳ ।