ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ଟ୍ରଲର । ୫ମୃତ, ୧୨ରୁ ଅଧିକ ଗୁରୁତର

97

କନକ ବ୍ୟୁରୋ: ରାଜସ୍ଥାନର ଯୋଧପୁର ପାଲି ଜିଲ୍ଲାରେ ରବିବାର ରାତି ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରଦ୍ଧାଳୁଙ୍କ ଏକ ଦଳ ରାମଦେବରା ଦର୍ଶନ କରିବାକୁ ପାଦରେ ଚାଲିଚାଲି ଯାଉଥିବାବେଳେ ସମ୍ଭାଗ ନିକଟରେ ଏକ ଟ୍ରଲର ତାଙ୍କ ଉପରେ ଚଢିଯାଇଥିଲା । ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି ।

ପୋଲିସର ସୂଚନା ମୁତାବକ, ଶ୍ରଦ୍ଧାଳୁମାନେ ରାସ୍ତାରେ ଚାଲି ଯାଉଥିବାବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରଲର ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ମାଡିଯାଇଥିଲା । । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣଙ୍କର ହସ୍ପିଟାଲରେ ଜୀବନ ଯାଇଛି । ଗୁରୁତରଙ୍କ ମଧ୍ୟରୁ କିଛି ଶ୍ରଦ୍ଧାଳୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ରହିଛି ।