ଟେଲି ଜଗତର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ୍ ଏବେ ଚର୍ଚ୍ଚାରେ !

41

ଟେଲି ଜଗତର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀଙ୍କ ଝିଅ ପଲକ୍ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସେ ‘ତାରେ ଜମିନ୍’ ଫେମ୍ ଦର୍ଶୀଲ୍ ସଫାରୀଙ୍କ ଅପୋଜିଟରେ ନାୟିକା ସାଜି ପଲକ୍ ପରଦାକୁ ଆସିବେ । ଏକଥାକୁ ଶ୍ୱେତା ତିଓ୍ଵାରୀ ମଧ୍ୟ ସ୍ୱୀକାର କରିଛନ୍ତି । ଏହି ସିନେମାର ଟାଇଟଲ ହେଲା ‘କ୍ୱିକ୍କି’ । ଏହା ଏକ ଟିନ୍ ଏଜ୍ କମେଡି ବୋଲି କହିଛନ୍ତି ପଲକ୍।

ତାଙ୍କ ଅନୁଯାୟୀ ଆଗରୁ ବୋଧହୁଏ ଏଭଳି ସିନେମା ତିଆରି ହୋଇନଥିବ । ଖୁବ୍ ଶୀଘ୍ର ଦର୍ଶୀଲ ଏବଂ ପଲକଙ୍କ ଉପରେ ଏକ ଗୀତର ପିକଚରାଇଜ୍ ହେବ । ବର୍ଷ ଶେଷବେଳକୁ ଫିଲ୍ମର ସୁଟିଂ ଆରମ୍ଭ ହେବ । ପଲକ ତାଙ୍କର କୋଷ୍ଟାର୍ ଦର୍ଶୀଲ୍ ସଫାରୀଙ୍କ ପ୍ରଶଂସା କରୁଛନ୍ତି । ସେ କହୁଛନ୍ତି ଯେ ଦର୍ଶୀଲ୍ ଜଣେ ଭଲ ଡାନସର୍ ଏବଂ ଅଭିଜ୍ଞ କଳାକାର । ତାଙ୍କ ସହ କାମ କରିବାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ପଲକ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପଲକ ହେଉଛନ୍ତି ଶ୍ୱେତା ତିଓ୍ଵାରୀ ଏବଂ ତାଙ୍କ ପ୍ରଥମ ସ୍ୱାମୀ ରାଜା ଚୌଧୁରୀଙ୍କ ଝିଅ ।