କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ନେଇ ପାକିସ୍ତାନର ସକାରାତ୍ମକ ମନୋଭାବ ପ୍ରଦର୍ଶନ !

33

କନକ ବ୍ୟୁରୋ : ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ନେଇ ପାକିସ୍ତାନ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଛି । ଅନ୍ତର୍ଜାତୀୟ କୋର୍ଟର ଶେଷ ରାୟ ନ ଆସିବା ଯାଏଁ କୁଳଭୂଷଣଙ୍କୁ ଫାଶୀ ଦିଆଯିବନାହିଁ ବୋଲି ପାକିସ୍ତାନ କହିଛି । ଭାରତରେ ଅବସ୍ଥାପିତ ପାକିସ୍ତାନର ରାଷ୍ଟ୍ରଦୂତ ଅବଦୁଲ୍ଲ ବାସିତ କହିଛନ୍ତି ଆଇସିଜେର ରାୟକୁ ସମ୍ମାନ ଦିଆଯିବ ।

ପ୍ରଥମ ଥର ଲାଗି କୁଳଭୂଷଣଙ୍କୁ ନେଇ ପାକିସ୍ତାନ ନରମ ମନୋଭାବ ପୋଷଣ କରିଛି । ତେବେ ରାୟ ନେଇ ପୁନଃବିଚାର ଆବେଦନ କରିବାକୁ ପାକିସ୍ତାନ ନିଷ୍ପତି ନେଇସାରିଛି । ଗତସପ୍ତାହରେ ଅନ୍ତର୍ଜାତୀୟ କୋର୍ଟ କୁଳଭୂଷଣ ଯାଦବଙ୍କ ଫାଶୀଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଲଗାଇ ରାୟକୁ ସଂରକ୍ଷିତ ରଖିଥିଲେ । କୂଳଭୂଷଣଙ୍କୁ ମିଛ ମାମଲାରେ ଫସାଇ କୁଳଭୂଷଣଙ୍କୁ ପାକିସ୍ତାନ୍ତ ଫାଶୀ ଦଣ୍ଡାଦେଶ ଦେଇଛି ।