ପରିବାର ଲୋକଙ୍କ ଠାରୁ ମାଡଗାଳି ସହୁଥିଲେ । ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ଚେହେରା

351

କନକ ବ୍ୟୁରୋ: ଘର ଠାରୁ ବାହାର ସବୁଠି ଲାଗୁଥିଲା ଡର । ଘର ଲୋକଙ୍କ ଠାରୁ ମିଳୁଥିଲା ମାଡ ଗାଳି । ଏସବୁ ସହିନପାରି ମାତ୍ର ୧୩ ବର୍ଷ ବୟସରେ ଘର ଛାଡିଦେଲେ । ବାହାରେ ବି ପରିସ୍ଥିତି କିଛି ଭଲ ନଥିଲା । ଲୋକଙ୍କ ଥଟାଟାପରା ବି ଅସହ୍ୟ ହେଉଥିଲା । ଡରି ଡରି କଟୁଥିଲା ଦିନ । ହେଲେ ଆଜି ସିଏ ଦେଶ ବିଦେଶରେ ଏକ ଚର୍ଚ୍ଚିତ ଚେହେରା ।

ପାକିସ୍ତାନର ଟ୍ରାନ୍ସଜେଣ୍ଡର ଆକ୍ଟ୍ରେସ୍ ଅଲିନା ଖାନ୍ ଚଳିତ ବର୍ଷ କାନ୍ସ ଫେଷ୍ଟିଭାଲରେ ଖୁବ୍ ପ୍ରଶଂସା ସାଉଁଟିଛନ୍ତି । ଅଲିନାଙ୍କ ଅଭିନୀତ ଫିଲ୍ମ ‘ ଜୟଲ୍ୟାଣ୍ଡ ‘ ହେଉଛି ପ୍ରଥମ ପାକିସ୍ତାନୀ ଫିଲ୍ମ ଯାହାକୁ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ କାନ୍ସ ଫେଷ୍ଟିଭାଲରେ ଧୁମ୍ ପ୍ରଶଂସା ମିଳିଛି । କାନ୍ସ ଫେଷ୍ଟିଭାଲରେ ଏହି ଫିଲ୍ମର ସ୍କ୍ରିନିଙ୍ଗ ହୋଇଛି । ଏତିକି ନୁହେଁ କାନ୍ସ ଫେଷ୍ଟିଭାଲରେ ‘ଜୟଲ୍ୟାଣ୍ଡ’କୁ ଜୁରୀଙ୍କ ଷ୍ଟାଣ୍ଡିଙ୍ଗ ଓଭେସନ୍ ମଧ୍ୟ ମିଳିଛି । ଫିଲ୍ମରେ ଅଲିନାଙ୍କ ଅଭିନୟ ସମସ୍ତଙ୍କ ମନକୁ ଛୁଇଁପାରିଛି ।

ଫିଲ୍ମ ‘ଜୟଲ୍ୟାଣ୍ଡ’ର ସଫଳତା ସହ ଅଲିନାଙ୍କୁ ବି ମିଳିଛି ସଫଳତା । ହେଲେ ଏହି ସଫଳତା ପୂର୍ବରୁ ଅଲିନାଙ୍କ ଜୀବନ ଯାତ୍ରା ଆଦୌ ସହଜ ନଥିଲା । ଟ୍ରାନ୍ସଜେଣ୍ଡର ହୋଇଥିବା ଯୋଗୁଁ ଘରେ ତା୍କ ଉପରେ ଏକପ୍ରକାର ଅତ୍ୟାଚାର ହେଉଥିଲା । ପିଲାବେଳୁ ଝିଅଙ୍କ ପରି ଘରର ସବୁ କାମ କରିବାକୁ ଆଗ୍ରହୀ ଥିଲେ ଅଲିନା । ମା’ ଓ ବଡ ଭଉଣୀଙ୍କ ଗହଣା, ଆଉ ପୋଷାକ ଦେଖିଲେ ତାକୁ ପିନ୍ଧିବାକୁ ଆଗଭର ହେଉଥିଲେ । ତାଙ୍କର ଏପରି ବ୍ୟବହାର ଓ ଚାଲିବା ଓ କଥା କହିବାର ଢଙ୍ଗ ଘର ଲୋକଙ୍କ ଆଖିରେ ଯାଉନଥିଲା । ମା’ ସିନା ନିଜ ପିଲା ବୋଲି ନିଜକୁ ସମ୍ଭାଳି ନେଉଥିଲେ ହେଲେ ଅନ୍ୟ ଭାଇ ଭଉଣୀଙ୍କ ତାଙ୍କୁ ମାଡ ମାରିବା ଠାରୁ ଆରମ୍ଭ କରି ଅସଭ୍ୟ ଗାଳି ଦେଉଥିଲେ । ଏପରି କି ଘରେ ଶୋଇବାକୁ ଦେଉନଥିଲେ ।ତେଣୁ ଏସବୁ ସହିନପାରି ମାତ୍ର ୧୩ ବର୍ଷ ବୟସରେ ଘରୁ ବାହାରି ପଳାଇଆସିଲେ ଅଲିନା । ଆଉ ଗଳି ଗଳି ବୁଲିବାକୁ ଲାଗିଲେ । କାରଣ ତାଙ୍କ ପାଖରେ ଯେତିକି ପଇସା ଥିଲା ତାହା ଗୋଟିଏ ଦିନର ଖାଦ୍ୟରେ ହିଁ ସରିଯାଇଥିଲା ।

ପିଲାଦିନରୁ ପାଠ ପଢାରେ ଧୁରୀଣ ଥିବା ଅଲିନାଙ୍କର ସବୁ ସ୍ୱପ୍ନ ମଉଳିଯାଇଥିଲା । ଘର ଓ ମା’ଙ୍କ ଠାରୁ ବିଚ୍ଛେଦକୁ ମନେପକାଇ ଅହରହ କାନ୍ଦୁଥିଲେ । ସମୟ ଗଡିଚାଲିଲା । ୟା ଭିତରେ ଜୀବନର ଅନେକ ଜଟିଳ ସମସ୍ୟାକୁ ସେ ଅତିକ୍ରମ କରିସାରିଥିଲେ । ଆଉ ପେଟ ପୋଷିବାକୁ ବିଭିନ୍ନ ସହରକୁ ଯାଇ ନୃତ୍ୟ ପରିବେଷଣ କରୁଥିଲେ । ୟା ଭିତରେ ତାଙ୍କ ଉପରେ ଭାଗ୍ୟ ଦୟା କରିଥିଲା । ଆଉ ଏକ ଥିଏଟରରେ ଅଭିନୟ କରିବାକୁ ଅଡସନ୍ ଦେଇଥିଲେ । ଏଥିରୁ ଅଲିନା ଡେଇଁଥିଲେ ଫିଲ୍ମ ଲାଇନକୁ । ତାଙ୍କ ପ୍ରଥମ ଫିଲ୍ମ ଥିଲା ‘ଡାର୍ଲିଙ୍ଗ’ ଯାହାକୁ ପ୍ରବଳ ମାତ୍ରାରେ ପ୍ରସନ୍ଦ କରିଥିଲେ ଦର୍ଶକ । ଏଥିରେ ଜରେ ଟ୍ରାନ୍ସଜେଣ୍ଡର ଭୂମିକାରେ ହିଁ ଅଲିନାଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ସେ ଆଉ ପଛକୁ ଚାହିଁନାହାଁନ୍ତି ।

ପରେ ପରେ ତାଙ୍କୁ ମିଳିଲା ଫିଲ୍ମ’ ଜୟଲ୍ୟାଣ୍ଡ’ ଯେଉଥିରେ ଅଲିନାଙ୍କୁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ମିଳିଛି ପ୍ରସିଦ୍ଧି । ଏବେ ସେ ପାକିସ୍ତାନର ଜଣେ ରାଇଜିଙ୍ଗ ଟ୍ରାନ୍ସଜେଣ୍ଡର ଆକ୍ଟ୍ରେସ୍ । ତାଙ୍କ ଏପରି ସଫଳା ପରେ ଏବେ ଘରଲୋକେ ବି ତାଙ୍କୁ ଅପଣାିବାକୁ ପ୍ରସ୍ତୁତଯାହା ଅଲିନା ଖାନଙ୍କ ର୍ପାି ଆଣି ଦେଇଛି ଅଜସ୍ର ଖୁସି ।