ପୁରୀରେ ଅଛି ପାକିସ୍ତାନୀ ମଠ : ଲାହୋରର ରାମଦାସ ପ୍ରତିଷ୍ଠା କରିଥିବା ମଠର ରକ୍ଷଣାବେକ୍ଷଣ ସହ ଉନ୍ନତି କରୁଛି ଶ୍ରୀମନ୍ଦିର ପ୍ରଶାସନ

573

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଜଗନ୍ନାଥ ସଂସ୍କୃତି ଯେତିକି ପରାତନ ତାଠୁ ମଠ ପରମ୍ପରା ସେତିକି ପୁରୁଣା । ଆଉ ମଠ, ପରମ୍ପରାକୁ ନେଇ ଖାଲି ପଂଜାବ ଓ ନେପାଳ ନୁହେଁ ପାକିସ୍ତାନର ମଧ୍ୟ ସଂପୃକ୍ତି ରହିଛି । ପୁରୀରେ ଦେଖିବାକୁ ମିଳିଛି ପାକିସ୍ତାନୀ ମଠ । ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇଁ ଥରେ ପୁରୀକୁ ଲାହୋରରୁ ଆସିଥିବା ବାଳକ ରାମଦାସ ପ୍ରତିଷ୍ଠା କରିଥିଲେ ହରିଶଙ୍କର ମନ୍ଦିର ଓ ରାମଦାସ ମଠ ।

ଅଖଣ୍ଡ ଭାରତ ସମୟରେ ୧୧୦ରୁ ଅଧିକ ସାଧୁସନ୍ଥ ପୁରୀକୁ ଆସିଥିଲେ । ସେତେବେଳେ ଲାହୋରର ବାଳକ ରାମଦାସ ମୋଗଲ ଶାସନ ସମୟରେ ତକ୍ରାଳୀନ ଶାସକଙ୍କ ଦ୍ୱାରା ଦିଲ୍ଲୀରୁ ସିଧାସଳଖ ଶ୍ରୀଜଗନ୍ନାଥ ଧାମ ଆସି ଏହାକୁ ପ୍ରତିଷ୍ଠା କରି ମହାପ୍ରଭୁଙ୍କ ସଂସ୍କୃତିରେ ନିଜକୁ ସାମିଲ କରିଥିଲେ ।

ସେହି ସମୟରେ ଠାକୁରଙ୍କୁ ଛାଡି ଯିବାପାଇଁ ଭକ୍ତଙ୍କର ମନହେଲା ଯାହାଫଳରେ ଗଜପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଗଜପତି ଆସ୍ଥାନଟିଏ ଦେଇଥିଲେ । ଯାହାକି ଗୁଣ୍ଡିଚା ମନ୍ଦିର ଉତ୍ତର ପଟକୁ ଶରଧା ବାଲିରେ ଥିବା ହାତୀଶାଳ ପରିସରରେ । ଏବେ ଏହି ମଠକୁ ଐତିହ୍ୟ କୀର୍ତ୍ତିରାଜୀର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଜ ଅକ୍ତିଆରକୁ ଆଣି ରକ୍ଷଣାବେକ୍ଷଣ ସହ ଉନ୍ନତି କରୁଛି ।