କୋହଲିଙ୍କୁ ନେଇ ଟ୍ୱିଟ କଲେ ପାକିସ୍ତାନ କ୍ରିକେଟର: କହିଲେ, ଭାଇ ତମେ ହିଁ ସଚ୍ଚୋଟ ଅଧିନାୟକ

469

କନକ ବ୍ୟୁରୋ: ଟେଷ୍ଟ କ୍ରିକେଟରୁ ଅଧିନାକ ପଦ ଛାଡିବା ପରେ ଚକିତ ହୋଇଯାଇଛନ୍ତି କୋହଲିଙ୍କ ଫ୍ୟାନ । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଶେଷ ହେବା ପରେ ଏନେଇ ଘୋଷଣା କରିଛନ୍ତି ବିରାଟ କୋହଲି । ତେବେ କୋହଲିଙ୍କ ଏହି ନିଷ୍ପତ୍ତିରେ କେବଳ ଭାରତ ନୁହେଁ ଅନ୍ୟ ଦେଶର ଖେଳାଳି ମଧ୍ୟ ଭାବୁକ ହୋଇଛନ୍ତି । ବିରାଟଙ୍କ ଅଧିନାୟକ ପଦ ଛାଡିବାକୁ ନେଇ ପାକିସ୍ତାନ କ୍ରିକେଟର ମହମ୍ମଦ ଆମିର ଟ୍ୱିଟ କରିଛନ୍ତି ।

ସେ ଟ୍ୱିଟ କରି ଲେଖିଛନ୍ତି, ଭାଇ ତମେ ହିଁ ନୂଆ ପୀଢି ପାଇଁ ସଚ୍ଚୋଟ ଲିଡର । କାହିଁକି ତମେ ଯୁବ କ୍ରିକେଟରଙ୍କୁ ପ୍ରେରଣ ଦେଉଛ । ମୈଦାନ ଭିତରେ ଓ ବାହାରେ ତମେ ଏମିତି ହିଁ ସମସ୍ତଙ୍କ ହୃଦୟ ଜିତୁଥାଅ । ତେବେ କେବଳ ମହମ୍ମଦ ଆମିର ନୁହେଁ ଅନ୍ୟ ବିଦେଶୀ ଖେଳାଳି ମଧ୍ୟ ବିରାଟଙ୍କୁ ତାଙ୍କ କ୍ୟାରିୟର ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ବର୍ତ୍ତମାନ ମହମ୍ମଦ ଆମିର ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁନାହାନ୍ତି । ସେ ବିଭିନ୍ନ ଲିଗ୍ ମ୍ୟାଚରେ ବାଗ ନେଉଛନ୍ତି । ଖୁବ ଶୀଘ୍ର ସେ ପାକିସ୍ତାନ ସୁପର ଲିଗ ମଧ୍ୟ ଖେଳୁଥିବାର ନଜର ଆସିବେ । ବିରାଟ କୋହଲି ୨୦୧୭ ଚାମ୍ପିୟନ୍ସ ଟ୍ରଫି ସମୟରେ ଆମିରଙ୍କୁ ଏକ ବ୍ୟାଟ ଗିଫ୍ଟ କରିଥିଲେ । ଯାହାର ଫୋଟ ଖୁ ଭାଇରାଲ ହୋଇଥିଲା ।