ପାକିସ୍ତାନ କ୍ରିକେଟ ଟିମ୍ ପାଇଁ ଆଉ ଏକ ସଫଳତା । ୭ ଫୁଟ୍ ୧ ଇଂଚର ବୋଲର ମହମ୍ମଦ ଇରଫାନଙ୍କ ପରେ ଟିମ୍ ରେ ଯୋଗ ଦେଇପାରନ୍ତି ୭ ଫୁଟ୍ ୬ ଇଂଚ୍ ର ମୁଦ୍ଦାସ୍ୱର ଗୁଜ୍ଜର

ତାଙ୍କର ଉଚ୍ଚତା ହେଉଛି ୭ ଫୁଟ୍ ୬ ଇଂଚ୍

1,497

କନକ ବ୍ୟୁରୋ : ପାକିସ୍ତାନ  ଓ ବିଶ୍ୱ କ୍ରିକେଟକୁ ଆଗାମୀ ସମୟରେ ସବୁଠାରୁ ଉଚ୍ଚା ଓ ଦ୍ରୁତ ବୋଲର ମଳିବାର ସମ୍ଭାବନା ଦେଖା ଦେଇଛି । ପାକିସ୍ତାନ ଟିମ୍ ରେ ଖେଳିଥିବା ଦ୍ରୁତ ବୋଲର ମହମ୍ମଦ ଇରଫାନଙ୍କ କଥା ମନେଥିବ । ତାଙ୍କର ଉର୍ଚ୍ଚତା ୭ ଫୁଟ୍ ୧ ଇଂଚ୍ ଥିଲା । ଯେ କି ବିଶ୍ୱର ସବୁଠାରୁ ଡେଙ୍ଗା କ୍ରିକେଟର ଭାବେ ଗଣା ଯାଉଥିଲେ । ସେ ତାଙ୍କ ଆନ୍ତର୍ଜତାତୀୟ କ୍ରିକେଟ କ୍ୟାରିଅରରେ ମୋଟ ୬୦ ଟି ଏକ ଦିବସୀୟ ମ୍ୟାଚ୍ ଖେଳି ୮୩ ଟି ୱିକେଟ୍ ହାସଲ କରିଥିଲେ । ଏବେ କିନ୍ତୁ ଆମେ ଯେଉଁ ଖେଳାଳୀଙ୍କ କଥା କହିବାକୁ ଯାଉଛୁ ସେ ମହମ୍ମଦ ଇରଫାନଙ୍କ ଠାରୁ ଅଧିକ ଉଚ୍ଚତାର ଖେଳାଳୀ । ଆଉ ତାଙ୍କ ନାମ ମୁଦ୍ଦାସ୍ୱର ଗୁଜ୍ଜର । ସେ ବି ସେହି ପାକିସ୍ତାନର । ତାଙ୍କର ଉଚ୍ଚତା ହେଉଛି ୭ ଫୁଟ୍ ୬ ଇଂଚ୍ । ସେ ଏବେ ପାକିସ୍ତାନ ସୁପର ଲିଗ୍ ବା ପିଏସ୍‌ଏଲ ଦଳ ଲାହୋର କଲଦାରଙ୍କ ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ମୁଦ୍ଦାସ୍ୱର ଗୁଜ୍ଜରଙ୍କ ଉର୍ଚ୍ଚତାକୁ ନେଇ ସମ୍ପୁର୍ଣ୍ଣ ସ୍ପଷ୍ଟ ଚିତ୍ର ଆସିପାରି ନଥିଲେ ବି ସ୍ପୋର୍ଟସ୍ ସାମ୍ବାଦିକ ସାଜ୍ ସାଦ୍ଦିକ୍ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ଗୁଜ୍ଜରଙ୍କ ଉର୍ଚ୍ଚତା ୭ ଫୁଟ୍ ୬ ଇଂଚ୍ । କିଛି ଅନ୍ୟ ସାମ୍ବାଦପତ୍ର ଗୁଜ୍ଜରଙ୍କ ଉଚ୍ଚତା ୭ ଫୁଟ୍ ୪ ଇଂଚ କହୁଥିବା ବେଳେ ଅନ୍ୟ ଏକ ରିପୋର୍ଟ ମୁତାବକ ଗୁଜ୍ଜରଙ୍କ ଉଚ୍ଚତା ୭  ଫୁଟ୍ ୫ ଇଂଚ୍ ବୋଲି କୁହାଯାଇଛି । ସେ ଯାହା ବି ହେଉ ଭବିଷ୍ୟତରେ ଯଦି ତାଙ୍କୁ ପାକିସ୍ତାନ ଦଳରେ ସାମିଲ କରାଯାଏ ତେବେ ସେ ବିଶ୍ୱ କ୍ରିକେଟରେ ସବୁଠାରୁ ଉର୍ଚ୍ଚତମ ବୋଲର ଭାବେ ବିବେଚିତ ହେବେ ।

 ବ୍ରିଟିସ୍ ଖବର କାଗଜ ଡେଲି ମେଲ୍ ସହ କଥାବାର୍ତ୍ତା ବେଳେ ଗୁଜ୍ଜର ତାଙ୍କ ଉଚ୍ଚତତାକୁ ନେଇ କହିଛନ୍ତି କି ଏହା ଆଲ୍ଲାଙ୍କର ମେହରବାନୀ । ମାତ୍ର ଡାକ୍ତର ଏହାକୁ ଏକ ହର୍ମୋନାଲ ସମସ୍ୟା ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି କି ଏହି ଉଚ୍ଚତାକୁ ନେଇ ମୁଁ ବହୁତ ଖୁସି ଅଛି । ଅଧିକ ଉର୍ଚ୍ଚତା ଦୃଷ୍ଟିରୁ ‘ମୁଁ ଅଧିକ ବେଗରେ ଦୈଡି ପାରିବି ଯାହା ଫଳରେ ଦୃତ ବୋଲିଂ କରିବାରେ ମୋର କୌଣସି ଅସୁବିଧା ହେବ ନାହିଁ ।’ ଏହା ସହ ଗୁଜ୍ଜର କହିଛନ୍ତି କି ବିଶ୍ୱରେ ସବୁଠାରୁ ଦୃତତମ ବୋଲର ହେବା ତାଙ୍କର ଏକମାତ୍ର ସ୍ୱପ୍ନ । ପିସିଏଲ ପାଇଁ ସେ ୭ ମାସ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଥିଲେ ବି କରୋନା ମହାମାରୀ ପାଇଁ ଏହା ଏବେ ବନ୍ଦ ରହିଛି ।

ଉଚ୍ଚତମ ବୋଲର ଭାରତ ପାଇଁ କେତେ ବିପଦ ତାହା ଜାଣିବାକୁ ଚାହୁଁଛନ୍ତି କି ତେବେ ଜାଣନ୍ତୁ । ୨୦୧୫ ବିଶ୍ୱକପ୍ ରେ ଭାରତ  ପାକିସ୍ତାନକୁ ଭେଟିବାର ଥିଲା ସେତେବେଳେ ପାକିସ୍ତାନ ଦଳର ୭ ଫୁଟ୍ ୧ ଇଂଚର ବୋଲର ଇରଫାନ ପାକିସ୍ତାନ ଦଳରେ ଖେଳୁଥିଲେ । ତାଙ୍କ ବୋଲିଂରେ ଦୃତତା ସହ ତାଙ୍କ ବଲ୍ ବାଉନ୍ସିଂରେ ବି କମାଲ କରୁଥିଲା । ଯାହାକୁ ନେଇ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ଚିନ୍ତିତ ଥିଲେ । ଇରଫାନ ଏବେ ବି କ୍ରିକେଟରେ ସକ୍ରିୟ ଅଛନ୍ତି । ହେଲେ ସେ ପାକିସ୍ତାନ ଟିମ୍ ରୁ ବାହାରି ଯାଇଛନ୍ତି ।