ଚୀନ୍ ପାଇଁ ଗଧ ପାଳୁଛି ପାକିସ୍ତାନ । ଗଧ ରପ୍ତାନୀ କରି ଅର୍ଜନ କରୁଛି ବୈଦେଶିକ ମୁଦ୍ରା ।

333

କନକ ବ୍ୟୁରୋ : ଆର୍ଥିକ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷରେ ପାକିସ୍ତାନରେ ପଶୁମାନଙ୍କ ସଂଖ୍ୟା ୧୯ଲକ୍ଷ ବୃଦ୍ଧି ପାଇଛି । ଏଥିସହ ଗଧଙ୍କ ସଂଖ୍ୟା ୫୫ ଲକ୍ଷରୁ ୫୬ ଲକ୍ଷକୁ ବୃଦ୍ଧି ପାଇଛି । ପାକିସ୍ତାନର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ଗଧ ଦେଖିବାକୁ ମିଳେ । ଏଠାରେ ଗଧମାନେ ଅର୍ଥନୀତିର ମେରୁଦଣ୍ଡ ପାଲଟିଛନ୍ତି । କାରଣ ପାକିସ୍ତାନ ବର୍ତ୍ତମାନ ଗଧ ରପ୍ତାନୀ କରି ବୈଦେଶିକ ମୁଦ୍ରା ଅର୍ଜନ କରୁଛି । ଗତ ଏକ ବର୍ଷ ମଧ୍ୟରେ ରପ୍ତାନୀ ପରେ ମଧ୍ୟ ପାକିସ୍ତାନରେ ଗଧଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

ଚୀନରେ ଔଷଧ ପ୍ରସ୍ତୁତ କରିବା ପାଇଁ ଗଧଙ୍କୁ ବ୍ୟବହାର କରାଯାଏ । ଆଉ ଚୀନର ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ପାକିସ୍ତାନ ଗଧମାନଙ୍କୁ ପାଳନ କରୁଛି । ମିଳିଥିବା ସୂଚନା ଅନୁସାରେ, ଗତ ଏକ ବର୍ଷ ମଧ୍ୟରେ ପାକିସ୍ତାନରେ ଗଧଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଚୀନରେ ଚର୍ମ ଔଷଧ ତିଆରି କରିବା ପାଇଁ ଗଧଙ୍କ ବ୍ୟବହାର କରାଯାଏ । ଆଉ ଏଥିପାଇଁ ଚୀନକୁ ଗଧ ରପ୍ତାନୀ କରୁଛି ପାକିସ୍ତାନ ।

ପାକିସ୍ତାନରୁ ଚୀନକୁ ଗଧ ରପ୍ତାନୀ କରାଯାଏ । ଯାହା ସେଠାରେ ବହୁ ମୂଲ୍ୟବାନ ଅଟେ । ଆଉ ଏଥିରୁ ପାକିସ୍ତାନ ବହୁତ ରୋଜଗାର କରିଥାଏ । ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ, ପାକିସ୍ତାନରେ ସମୁଦାୟ ପଶୁଙ୍କ ସଂଖ୍ୟା ୨କୋଟି ୧୩ ଲକ୍ଷ ୧୦ ହଜାରକୁ ବୃଦ୍ଧିପାଇଥିବା ବେଳେ ୨୦୧୯-୨୦ ମଧ୍ୟରେ ପାକିସ୍ତାନରେ ଏହି ସଂଖ୍ୟା ୨ କୋଟି ୭ ଲକ୍ଷ ଥିଲା ।