ଚୀନକୁ ଖୁସି କରିବା ପାଇଁ ପାକିସ୍ତାନର ବଢ଼ାଉଛି ଗଧସଂଖ୍ୟା !

471

କନକ ବ୍ୟୁରୋ : ଚୀନ ଓ ପାକିସ୍ତାନ ମଧ୍ୟରେ ଥିବା ପ୍ରଗାଢ଼ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣା । ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଜାଣି ସୁଦ୍ଧା ଚୀନ ସବୁବେଳେ ପାକିସ୍ତାନକୁ ସମର୍ଥନ କରୁଛି । ପାକିସ୍ତାନର ଆର୍ଥିକ ସ୍ଥିତି ଅସ୍ଥିତ ଥିବା ବେଳେ ଅନେକ ସମୟରେ ସାହାଯ୍ୟ କରିଛି ଚୀନ । ବିଶ୍ୱସ୍ତରରେ ଅନେକ ସମୟରେ ଅପଦସ୍ତ ହୋଇଥିଲେ ମଧ୍ୟ ଚୀନ କିନ୍ତୁ ପାକିସ୍ତାନର ହାତ ଛାଡ଼ୁନି । ଏହାର ପ୍ରମୁଖ କାରଣ ହେଉଛି ଭାରତ । ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚୀନ ଓ ପାକିସ୍ତାନ ସବୁବେଳେ ଯୋଜନା କରୁଥାଆନ୍ତି ।

ଚୀନକୁ ଖୁସି କରିବା ପାଇଁ ପାକିସ୍ତାନ ଅନେକ ଉପାୟ ଆପଣାଇଥାଏ । ଆଉ ଏହି କାରଣରୁ ପାକିସ୍ତାନ ବିଗତ କିଛି ବର୍ଷ ଧରି ଦେଶରେ ଗଧସଂଖ୍ୟା ବୃଦ୍ଧି କରୁଛି । ଗଧ ସଂଖ୍ୟା ମାମଲାରେ ପାକିସ୍ତାନ ଏବେ ତୃତୀୟ ସବୁଠାରୁ ବଡ଼ ଦେଶରେ ପରିଗଣତ ହେଉଛି । ଗଧସଂଖ୍ୟାରେ ଚୀନ ଓ ଇଥିଓପିଆ ଏବେ ବି ପାକିସ୍ତାନ ଠାରୁ ଆଗରେ ।

ପାକିସ୍ତାନରୁ ଚୀନ ସବୁଠାରୁ ଅଧିକ ଗଧ କିଣେ । ଚୀନରେ ଗଧର ଛାଲର ଖୁବ ଚାହିଦା ରହିଛି । ଗଧ ଛାଲରେ ଜିଲେଟିନ୍ ତିଆରି ହୁଏ ଯାହାକୁ ଚୀନରେ ଇଜିଓ କୁହାଯାଏ । ପ୍ରାଚୀନ କାଳରେ ଉତ୍ତକ ରକ୍ତ ସଂଚାଳନ ପାଇଁ ଚୀନ ଔଷଧ ରୂପେ ବ୍ୟବହାର କରୁଥିଲା । ଏହାବ୍ୟତୀତ ଚୀନରେ ଗଧ ମାଂସର ମଧ୍ୟ ଅଧିକ ଚାହିଦା ରହିଛି । ସୂଚନା ଅନୁସାରେ ଚୀନରେ ଲଗାତାର ଗଧ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୧୭-୧୮ରେ ଗଧ ସଂଖ୍ୟାରେ ୧ ଲକ୍ଷ ବୃଦ୍ଧି ଘଟିଛି । ଆଉ ଏଥିଯୋଗୁଁ ଏବେ ପାକିସ୍ତାନରେ ଗଧ ସଂଖ୍ୟା ୫୩ ଲକ୍ଷରେ ପହଞ୍ଚିଛି ।