ପାକିସ୍ତାନରେ ୧୭୦୦ ବର୍ଷ ପୁରୁଣା ବୌଦ୍ଧ ମୂର୍ତ୍ତି ! ଖନନ ସମୟରେ ହେଲା ଉଦ୍ଧାର

34

ପାକିସ୍ତାନ ସ୍ଥିତ ହରିପୁରଠାରେ ଖନନ ସମୟରେ ବୁଦ୍ଧଙ୍କର ୧୭୦୦ ବର୍ଷର ପୁରୁଣା ଶୟନ ମୂର୍ତ୍ତିର ଭଗ୍ନାବଶେଷ ଉଦ୍ଧାର କରାଯାଇଛି । ଖବର ଅନୁସାରେ ଏହା ତୃତୀୟ ଶତାଦ୍ଦୀର ବିଶ୍ୱର ସବୁଠାରୁ ପୁରାତନ ମୂର୍ତ୍ତି ଅଟେ । ସୂଚନାଯୋଗ୍ୟ ସର୍ବପ୍ରଥମେ ୧୯୨୯ ମସିହାରେ ଖୈବର ପଖୁନଖ୍ୱାହ ଠାରେ ପ୍ରାଚୀନ ବୌଦ୍ଧସ୍ଥଳର ସନ୍ଧାନ ମିଳିଥିଲା । ଏହି ସ୍ଥାନରେ ଆତଙ୍କବାଦୀଙ୍କ ପ୍ରଭାବ ଯୋଗୁଁ ଅନେକ ବର୍ଷ ପର୍ଯ୍ୟନ୍ତ ସେଠାରେ ଖନନ ବନ୍ଦ ଥିଲା ।

ଦୀର୍ଘ ୮୮ବର୍ଷ ପରେ ଏଠାରେ ଖନନ ଆରମ୍ଭ ହୋଇଥିଲା । ତେବେ ଯେବେଠାରୁ ପୁନର୍ବାର ଖନନ ଆରମ୍ଭ ପରେ ଏଠାରେ ୧୪ମିଟର ଉଚ୍ଚତା ବିଶିଷ୍ଟ କଞ୍ଜୁର ପଥର ନିର୍ମିତ ଏକ ବୌଦ୍ଧ ମୂର୍ତ୍ତି ମିଳିଥିଲା । ଏହି ବିଷୟରେ ପାକିସ୍ତାନର ଭାମଲା ପ୍ରତ୍ନତାତ୍ତ୍ୱିକ ବିଭାଗର ଅବଦୁଲ ଅହମଦ କହିଛନ୍ତି, ‘ଆମକୁ ଖନନ ସମୟରେ ଏହି ବିଶାଳ ମୂର୍ତ୍ତି ଛଡା ୫୦୦ରୁ ଅଧିକ ଅଂଶ ମଧ୍ୟ ମିଳିଛି । ସେଗୁଡିକ ତୃତୀୟ ଶତାଦ୍ଦୀର ବୋଲି ଅନୁମାନ କରାଯାଉଛି ।

“ସମ୍ରାଟ ଅଶୋକଙ୍କ ସମୟରେ ଏହି ସ୍ଥାନ ସବୁ ବୁଦ୍ଧଙ୍କ ସଭ୍ୟତାର କେନ୍ଦ୍ର ଥିଲା । ଏହି କାରଣରୁ ବୁଦ୍ଧଙ୍କର ଅନେକ ଅଂଶ ଏବଂ ସ୍ତପ ଏଠାରେ ମିଳୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାକିସ୍ତାନ ଏହି ମୂର୍ତ୍ତି ଗୁଡିକୁ ସଂରକ୍ଷଣ କରି ଧାର୍ମିକ ସୌହାର୍ଦ୍ଦ୍ୟ ଭଳି ମହାନତା ଦେଖାଇଛନ୍ତି । ଏହି ମୂର୍ତ୍ତି ଗୁଡିକ ପାକିସ୍ତାନରେ ବୌଦ୍ଧ ଧର୍ମର ତୀର୍ଥ ଯାତ୍ରୀଙ୍କୁ ଆକର୍ଷିତ କରିବ ଆଶା କରାଯାଉଛି । ବୁଦ୍ଧଙ୍କ ସମ୍ବନ୍ଧିତ ସ୍ଥାନଗୁଡିକୁ ସୁରକ୍ଷିତ ରଖିବା ପାଇଁ ପାକିସ୍ତାନ ପକ୍ଷରୁ ଉଦ୍ୟମ ଚାଲିଛି । ମାତ୍ର ଏହି ପଦକ୍ଷେପକୁ ପାକିସ୍ତାନ ସୁସଲିମ ସଂଗଠନ କର୍ମୀ ମାନେ ବିରୋଧ କରିଛନ୍ତି ।

ସୌଜନ୍ୟ – ଆଜତକ