ପାକିସ୍ତାନ ବିକି ଦେବ ନିଜ ଦେଶର କିଛି ଅଂଶ ? ଦାରିଦ୍ର୍ୟରେ ଘାଣ୍ଟି ହେଉଥିବା ଆତଙ୍କୀ ଦେଶକୁ କଲବଲ କଲାଣି କରଜ, ଚୀନ୍ ଆଗରେ ମୁଣ୍ଡ ନୁଆଁଇବ ଇମ୍ରାନ ସରକାର ।

1,972

କନକ ବ୍ୟୁରୋ : ବିକ୍ରି ହୋଇଯିବ କି ପାକିସ୍ତାନ ? ଋଣରେ ବୁଡି ରହିଥିବା ଆତଙ୍କୀ ଦେଶ ପାକିସ୍ତାନ ପାଇଁ ଏହି ସଙ୍କଟରୁ ବାହାରିବା ପାଇଁ ହୁଏତ ଆଉ କୌଣସି ରାସ୍ତା ନାହିଁ । ଯେଉଁଥିପାଇଁ କୁହାଯାଉଛି, ନିଜ ଦେଶରୁ କିଛି ଅଂଶ ବିକ୍ରି କରିପାରେ ପାକିସ୍ତାନ ।

ପାକିସ୍ତାନର ଅର୍ଥବ୍ୟବସ୍ଥା, ଏମିତି ଭୁଷୁଡି ପଡିଛି ଯେ, ଚୀନର ଋଣ ଶୁଝିବା ପାଇଁ ଅନେକ ବାଟ କାଢିବାକୁ ପ୍ରୟାସ କରୁଛନ୍ତି ଇମ୍ରାନ ସରକାର । ଆଉ ଏଭଳି ସ୍ଥିତିରେ କୁହାଯାଉଛି ଯେ, ଋଣ ପରିଶୋଧ କରିବା ପାଇଁ ନିଜ ଦେଶରୁ କିଛି ଅଂଶ ଚୀନକୁ ବିକ୍ରି କରିଦେବ ପାକିସ୍ତାନ । ପାକିସ୍ତାନ ଅଧୀକୃତ କାଶ୍ମୀରରୁ କିଛି ଅଂଶ ଚୀନକୁ ଦେଇପାରନ୍ତି ଇମ୍ରାନ ସରକାର ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ପାକିସ୍ତାନ ଏଭଳି ନିଷ୍ପତି ନିଏ, ତେବେ ଭାରତ ଏହି ନିଷ୍ପତିକୁ କଡା ବିରୋଧ କରିବ । ପୂର୍ବରୁ ପିଓକେକୁ ନେଇ ବାରତ ପାକିସ୍ତାନ ମଧ୍ୟରେ ଏନେକ ବିବାଦ ଦେଖାଦେଇଛି । ଭାରତ ସବୁବେଳେ ନିଜ ବିରୋଧ ଜଣାଇବା ସହ ପିଓକେ ଜାମ୍ମୁକାଶ୍ମୀର ରାଜ୍ୟର ଅଂଶ ବୋଲି ଦାବି କରିଆସୁଛି । ଆଉ ଏମିତି ସ୍ଥିତିରେ ଯଦି ପିଓକେର କିଛି ଅଂଶ ପାକିସ୍ତାନ ଚୀନକୁ ଦେଇଦିଏ, ତେବେ ଦୁଇ ଦେଶ ମଧ୍ୟରେ ଥିବା ବିବାଦ ଭୟଙ୍କର ରୂପରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି ।

ପାକିସ୍ତାନର ଅର୍ଥବ୍ୟବସ୍ଥା ଦିନକୁ ଦିନ ଯେତିକି ତଳକୁ ଖସୁଛି, ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବଢି ବଢି ଚାଲିଛି । ଯେଉଁଥିପାଇଁ କାଙ୍ଗାଳ ଦେଶ ହେବାକୁ ଯାଉଛି ପାକିସ୍ତାନ । ପାକିସ୍ତାନ ଅଧିବାସୀ ମହଙ୍ଗା ମାଡରେ ଘାଇଲା ହେଉଥିବା ବେଳେ ଏହାକୁ କିନ୍ତୁ ମାନିବାକୁ ନାରାଜ ଇମ୍ରାନ୍ ସରକାର ।

ମିଳିଥିବା ରିପୋର୍ଟ ଅନୁଯାୟୀ, ପାଖାପାଖି ୬୦ ଅରବ ଡଲାରର ସିପିଇସି ପ୍ରୋଜେକ୍ଟ ପାଇଁ ୨୦୧୯ ଡିସେମ୍ବର ମାସ ସୁଦ୍ଧା ଚୀନ୍ ଠାରୁ ୨୧.୭ ଅରବ ଡଲାରର ଋଣ ନେଇସାରିଛି ପାକିସ୍ତାନ । ଆଉ ଚୀନକୁ ଏହି ଋଣ ପରିଶୋଧ କରିବା ଆତଙ୍କୀ ଦେଶ ପାଇଁ ଏବେ କାଠିକର ପାଠ ହୋଇପଡିଛି । ଆଉ ଏଭଳି ସ୍ଥିତିରେ ନିଜ ଦେଶର କିଛି ଅଂଶ ବିକ୍ରି କରିବାକୁ ନିଷ୍ପତି ନେଇପାରେ ପାକିସ୍ତାନ ।