ପାକିସ୍ତାନରେ ଅଭାବନୀୟ ଘଟଣା । କରାଚୀ-ରାୱଲପିଣ୍ଡି ତେଜ୍‌ଗାମ ଏକ୍ସପ୍ରେସରେ ଭୟଙ୍କର ବିସ୍ଫୋରଣ । ଚାଲିଗଲା ୬୨ ଲୋକଙ୍କ ଜୀବନ, ଜଳିପୋଡି ପାଉଁଶ ହୋଇଗଲା ୩ଟି ବଗି ।

2,325

କନକ ବ୍ୟୁରୋ : ପାକିସ୍ତାନରେ ଛାତିଥରା ଘଟଣା । କରାଚୀ-ରାୱଲପିଣ୍ଡି ତେଜ୍‌ଗାମ ଏକ୍ସପ୍ରେସ ଟ୍ରେନରେ ଲାଗିଲା ଭୟଙ୍କର ନିଆଁ । ଟ୍ରେନର ୩ଟି ବଗି ଜଳିପୋଡି ପାଶଁଶ ହୋଇଯାଇଥିବା ବେଳେ ଟ୍ରେନରେ ଥିବା ୬୨ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଛି । ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ, ଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ଗ୍ୟାସରୁ ଏହି ବିସ୍ଫୋରଣ ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଘଟଣାରେ ଏବେବି ୩୦ରୁ ଅଧିକ ଲୋକ ଜୀବନ ସହ ସଂଗ୍ରାମ କରୁଛନ୍ତି ।

ଗୁରୁବାର ସକାଳେ ପାକିସ୍ତାନର ଲିଆକତ୍‌ପୁର ଅନ୍ତର୍ଗତ ରହିମ ୟାର୍‌ ଖାଁ ନିକଟରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିଥିଲା । କରାଚିରୁ ଲାହୋର ଅଭିମୁଖେ ଯାତ୍ରା କରୁଥିବା କରାଚି-ରାଓ୍ଵଲପିଣ୍ଡି ତେଜ୍‌ଗାମ ଏକ୍ସପ୍ରେସ୍‌ର ୩ଟି ବଗିରେ ନିଆଁ ଲାଗିଯାଇଥିଲା । ଆହତମାନଙ୍କୁ ଆଖପାଖର ଡାକ୍ତରଖାନାକୁ ନିଆ ଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି ।