କନକ ବ୍ୟୁରୋ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ ।ଏଠାରେ ବେଲଗାମ ହେଉଛି ଦରଦାମ ବୃଦ୍ଧି ।ସାଧାରଣ ଜନତା ଜୀବନ ଜିଇଁବା ପାଇଁ କରୁଛନ୍ତି ସଂଘର୍ଷ । ସ୍ଥିତି ଏଭଳି ହେଲାଣି କି ଦୁଇ ବେଳା ଖାଦ୍ୟ ମିଳିବା ଏଠାରେ କଷ୍ଟକର ହୋଇପଡିଛି । ପାକିସ୍ତାନର କିିଛି ଅଞ୍ଚଳରୁ ଲୋକମାନେ ୩ବେଳାରୁ କେବଳ ଓଳିଏ ରୋଷେଇ କରି ଗୁଜୁରାଣ ମେଣ୍ଟାଉଛନ୍ତି । ସେପଟେ ପାଠପଡା ଖର୍ଚ୍ଚ ବହନ କରିବା କାଠିକର ପାଠ ହେଉଥିବା ଯୋଗୁଁ ସ୍କୁଲ ଯିବା ବନ୍ଦ କଲେଣି ପିଲାମାନେ । ଅର୍ଥ ସଞ୍ଚୟ ପାଇଁ ଲୋକମାନେ ଖର୍ଚ୍ଚ କାଟ କରିବାକୁ ପଡିଛି । ପାକିସ୍ତାନର ମୁଦ୍ରାସ୍ପୀତି ହାର ୩୧%ରୁ ଟପିସାରିଛି । ଯାହା ଗତ ୫୮ବର୍ଷ ମଧ୍ୟରେ ସର୍ବାଧକ । ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହେବା ଯୋଗୁଁ ରାସ୍ତାରେ ଆଉ ଆଗଭଳି ଗଡୁନି ଗାଡି

Advertisment

ପାକିସ୍ତାନର ସ୍ଥିତି ଏଭଳି ହେଲାଣି କି ଦେଶର ସୁରକ୍ଷାରେ ନିୟୋଜିତ ସୈନିକମାନେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ପାଉନାହାଁନ୍ତି । ତେଣୁ ଚିଠି ଲେଖି ରାଓଲପିଣ୍ଡରେ ଥିବା ସେନାମୁଖ୍ୟାଳୟରେ ଅଭିଯୋଗ କରିଛନ୍ତି ସେନାର ଶୀର୍ଷ କମାଣ୍ଡର । ସେପଟେ ଘଟଣା ସମ୍ବନ୍ଧରେ ଅବଗତ ହେବା ପରେ ସରକାରଙ୍କୁ ନିବେଦନ କରିଛି ସେନା ଓ ସ୍ପେଶାଲ ଫଣ୍ଡିଂ ପାଇଁ ଦାବି କରିଛନ୍ତି ସେନା ମୁଖ୍ୟ ଆସିମ ମୁନୀରଙ୍କୁ ନିବେଦନ ।

ଆର୍ଥିକ ସଙ୍କଟ ଭିତରେ ସବୁଠୁ ପ୍ରଶ୍ନ ଉଠୁଛି
• ଦେଶରେ ଟିଟିପି ସକ୍ରିୟ ହେଉଥିବାବେଳେ ଦୁର୍ବଳ ପାକିସ୍ତାନ ସରକାର ଓ ସେନା କିଭଳି ଏହାର ମୁକାବିଲା କରିବେ?
• ଋଣ ନେଇ କେତେଦିନ ପର୍ଯ୍ୟନ୍ତ ସଙ୍କଟରୁ ନିଜକୁ ଦୂରେଇ ରଖିପାରିବ ପାକିସ୍ତାନ?
• ଆଗକୁ ପାକିସ୍ତାନର ସ୍ଥିତି ଶ୍ରୀଲଙ୍କା ଭଳି ହେବ ନା ଆଫଗାନିସ୍ଥାନ ପରି ହେବ?
• ଏଭଳି ସ୍ଥିତି ପାଇଁ ସେହେବାଜ ସରକାର ଦାୟୀ ନା ପୂର୍ବ ପିଟିଆଇ ସରକାର ଦୋଷୀ?
• ପରସ୍ପର ଉପରେ ଦୋଷ ଲଦାଲଦି ଭିତରେ ଆଗକୁ କଣ ହେବ ପାକିସ୍ତାନବାସୀଙ୍କ ଭବିଷ୍ୟତ?