ଦୋଷୀ ସାବ୍ୟସ୍ତ ହେଲା ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସଈଦ । ଆତଙ୍କବାଦୀଙ୍କୁ ଯୋଗାଉଥିଲା ପାଣ୍ଠି, ୧୧ ବର୍ଷର ଜେଲଦଣ୍ଡ ଶୁଣାଇଲେ କୋର୍ଟ

367

କନକ ବ୍ୟୁରୋ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସଈଦ । ୨୬-୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଂଣ୍ଡ ଏବଂ ଆତଙ୍କୀ ସଙ୍ଗଠନ ଜମାତ-ଉଦ୍- ଦାବାର ମୁଖ୍ୟ ହାଫିଜ୍ ସଈଦକୁ ଆଜି ସାଢେ ୧୧ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ପାକିସ୍ତାନର ଆତଙ୍କବାଦୀ ନିରୋଧି ଅଦାଲତ । ସଈଦକୁ ଜାତିସଂଘ ପକ୍ଷରୁ ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ଭାବେ ଘୋଷଣା କରିବା ପରେ ସଈଦକୁ ଗିରଫ କରିବା ଦିଗରେ ତତ୍ପରତା ଦେଖାଇଥିଲା ପାକିସ୍ତାନ ।

ଗତବର୍ଷ ଜୁଲାଇ ୧୭ରେ ହାଫିଜ୍ ସଈଦକୁ ଗିରଫ କରି ଲାହୋରର କୋଟ ଲଖପତ ଜେଲରେ ସ୍ୱତନ୍ତ୍ର ସୁରକ୍ଷା ଭିତରେ ରଖା ଯାଉଛି । ଦୁଇଟି ଆତଙ୍କବାଦୀ ସଙ୍ଗଠନକୁ ପାଣ୍ଠି ଯୋଗଉଥିବା ଅଭିଯୋଗରେ ପାକିସ୍ତାନର କାଉଁଟର ଟେରୋରିଜିମ୍ ଡିପାର୍ଟମେଂଟ କୋର୍ଟରେ ମାମଲା ଦାୟର କରିଥିଲା । ଯାହାର ଶୁଣାଣି କରି ହାଫିଜ୍କୁ ସାଢେ ୫ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ ।